ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ସୁବର୍ଣ୍ଣପୁରରେ ମିଳିଲାନି ଅନଲାଇନ ମଦ

ସୁବର୍ଣ୍ଣପୁର ଏବେ ବି ଗ୍ରୀନ ଜୋନ ରହିଛି । ଜିଲ୍ଲାପ୍ରଶାସନ ମଦ ହୋମ ଡେଲିଭରି କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିବା ଜଣାପଡିଛି । ଅଧିକ ପଢନ୍ତୁ...

By

Published : May 24, 2020, 1:31 PM IST

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ସୁବର୍ଣ୍ଣପୁରରେ ନାହିଁ ଅନଲାଇନ ମଦ ବ୍ୟବସ୍ଥା
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ସୁବର୍ଣ୍ଣପୁରରେ ନାହିଁ ଅନଲାଇନ ମଦ ବ୍ୟବସ୍ଥା

ସୁବର୍ଣ୍ଣପୁର: ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶ ସତ୍ତ୍ବେ ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନ ମଦ ବିକ୍ରି କରିବା ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ । ଜିଲ୍ଲାପ୍ରଶାସନ ମଦ ହୋମ ଡେଲିଭରି କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିବା ଜଣାପଡିଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ସୁବର୍ଣ୍ଣପୁରରେ ନାହିଁ ଅନଲାଇନ ମଦ ବ୍ୟବସ୍ଥା

ସୁବର୍ଣ୍ଣପୁର ଜିଲ୍ଲା ବର୍ତ୍ତମାନ ସୁଦ୍ଧା ଗ୍ରୀନ ଜୋନରେ ରହିଛି । ତେଣୁ ଅନଲାଇନ ମଦ ବ୍ୟବସାୟ ପାଇଁ ଅନୁମତି ଦେଇ ନାହାଁନ୍ତି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଅବକାରୀ ବିଭାଗ ସହିତ ଆବଶ୍ୟକୀୟ ଆଲୋଚନା କରିବା ପରେ ମଦ ଖୋଲିବା ପାଇଁ ଅନୁମତି ଦେବେ ବୋଲି ଜଣାପଡିଛି ।

ସେପଟେ, ଲକଡାଉନ ପାଇଁ ଜିଲ୍ଲାରେ ବିଦେଶୀ ମଦ ଦୋକାନ ବନ୍ଦ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ପରିମାଣର ଦେଶୀ ମଦ ଜବତ କରିବା ସହ ପ୍ରାୟ 30ଟି ମାମଲା ରୁଜୁ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details