ଓଡିଶା

odisha

ETV Bharat / state

ଦୀପାବଳୀରେ ମମିତାଙ୍କ ପାଇଁ ଦୀପଟିଏ

ସୁବର୍ଣ୍ଣପୁର ଜିଲ୍ଲା ସଙ୍ଗମ ଆରତୀ ସଂଗଠନ ପକ୍ଷରୁ ମମିତାଙ୍କ ପାଇଁ ଦୀପାବଳୀରେ ଦୀପଟିଏ ଦାନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ଅଧିକ ପଢନ୍ତୁ...

Subarnapur District Sangam Aarti Organization
ଦୀପାବଳୀରେ ମମିତାଙ୍କ ପାଇଁ ଦୀପଟିଏ

By

Published : Oct 31, 2021, 10:25 PM IST

ସୁବର୍ଣ୍ଣପୁର: ସଙ୍ଗମ ଆରତୀ ସଂଗଠନ ପକ୍ଷରୁ ମମିତାଙ୍କ ପାଇଁ ଦୀପାବଳୀରେ ଦୀପଟିଏ ଦାନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ଜିଲ୍ଲାର ଅନ୍ୟତମ ସ୍ବେଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ,ନାଟ୍ୟଚକ୍ର ,ଜୁହାର ଓ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ମମିତାଙ୍କ ଆତ୍ମାର ସଦଗତି ପାଇଁ ଦୀପାବଳୀରେ ଦୀପ ଯଜ୍ଞର ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ।

ଦୀପାବଳୀରେ ମମିତାଙ୍କ ପାଇଁ ଦୀପଟିଏ

ସ୍ଥାନୀୟ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମମିତାଙ୍କ ପାଇଁ ଜିଲ୍ଲାର ସମସ୍ତ ମା ,ଭଉଣୀ ,ଗୃହିଣୀମାନେ ନିଜ ଦୁଆର ଆଗରେ ମମିତାଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ସହରର ବରିଷ୍ଠ ଆଇନଜୀବୀ ଶ୍ୟାମା ଓଁମ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପାବଳୀ ସଂଧ୍ୟାରେ ସହରର ବିଜୁ ପଟ୍ଟନାୟକ ଛକରେ ସହରବାସୀ ମମିତାଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଦାନରେ ସାମିଲ ହେବାକୁ ଆହ୍ବାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଯୋଗଦେଇ ନାରୀସୁରକ୍ଷା ,ନାରୀ ଶସକ୍ତିକରଣ ,ନାରୀଙ୍କ ସମ୍ମାନ , ନାରୀଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ନାରୀମାନଙ୍କୁ ସାମାଜିକ ,ଆର୍ଥିକ ,ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ପାଇଁ ଏହି ଦୀପ ଯଜ୍ଞରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ତେବେ ଏହି ଦୀପ ଯଜ୍ଞ ପାଇଁ ସଂଗମ ଆରତୀ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଆଇନଜିବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details