ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଅଭାବ

ଚିକିତ୍ସାଳୟରେ 100ଟି ଶଯ୍ୟା, 2ଟି ଏସି କେବିନ ଓ 4ଟି କ୍ୟାବିନ ରହିଥିବା ବେଳେ ଆହୁରି 100 ଶଯ୍ୟାର ଆବଶ୍ୟକତା ରହିଛି ।

By

Published : Aug 11, 2020, 10:47 PM IST

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଅଭାବ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଅଭାବ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଶଯ୍ୟାର ଅଭାବରୁ ରୋଗୀମାନେ ଚଟାଣରେ ନିଜ ମସିଣା ଓ ବେଡ଼ସିଟ ବ୍ୟବହାର କରି ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଳୟରେ 100ଟି ଶଯ୍ୟା, 2ଟି ଏସି କେବିନ ଓ 4ଟି କ୍ୟାବିନ ରହିଥିବା ବେଳେ ଆହୁରି 100 ଶଯ୍ୟାର ଆବଶ୍ୟକତା ରହିଛି ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଅଭାବ

ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଛି । ହେଲେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ବର୍ଷ ସାରା ବିଶେଷଜ୍ଞ ଡାକ୍ତର, ଷ୍ଟାଫ ନର୍ସର ଅଭାବ ତ ଲାଗି ରହିଛି । ହେଲେ ଭିତ୍ତିଭୂମିର ବିକାଶ କରାଯାଉ ନ ଥିବାରୁ ରୋଗୀମାନେ ଶଯ୍ୟା ଅଭାବରୁ ବାରଣ୍ଡାରେ ରହି ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ବିଶ୍ରାମ କକ୍ଷର ବି ଅଭାବ ରହିଛି । ଏପରିକି ଭିନ୍ନକ୍ଷମ ରୋଗୀଙ୍କ ପାଇଁ ହୁଇଲ ଚେଆର ଓ ସାଲାଇନ ଷ୍ଟାଣ୍ଡର ବି ଅଭାବ ରହିଛି । ଚଟାଣରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବେଡ଼ସିଟ ଖଣ୍ଡିଏ ବି ଦିଆଯାଇ ପାରୁନାହିଁ । ପ୍ରାୟ ଦେଢ଼ ମାସ ପୂର୍ବରୁ ଜିଲ୍ଲାପାଳ ମନୀଷା ବାନର୍ଜୀ ଚିକିତ୍ସାଳୟ ପରିଦର୍ଶନ କରି ହୁଇଲ ଚେଆର, ସାଲାଇନ ଷ୍ଟାଣ୍ଡ ଆଦିର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ତାହା ବି ପୂରଣ କରାଯାଇ ପାରିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details