ସୁବର୍ଣ୍ଣପୁର:ସୋମବାରଠାରୁ ନୂତନ କୋଠାରେ ସୁବର୍ଣ୍ଣପୁର ଜିଲ୍ଲା କୋର୍ଟର କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୯ ତାରିଖରେ ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦ୍ଘାଟିତ ହୋଇଥିଲା । ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟାଳୟର ନୂତନ କୋଠା ଉଦଘାଟନ କରିଥିଲେ । ଉଚ୍ଚ ନ୍ୟାୟାଳୟର ବିଚାରପତି ସି ଆର ଦାସ, ଜଷ୍ଟିସ ଶତୃଘ୍ନ ପୂଜାରୀ, ଜଷ୍ଟିସ ସାବିତ୍ରୀ ରଥ ପ୍ରମୁଖ ଯୋଗ ଦେଇ ନୂତନ କୋଠା ପରିଦର୍ଶନ କରିଥିଲେ ।
ପ୍ରାୟ ୩ ଏକର ପରିମିତ ଜାଗାରେ ୪ ମହଲା ବିଶିଷ୍ଟ ନ୍ୟାୟାଳୟର କୋଠା ତିଆରି କରାଯାଇଛି । କୋର୍ଟ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି । ଏହି କୋଠା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭ ବର୍ଷ ସମୟ ଲାଗିଥିଲା ।