ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର: ବ୍ଲକ ଛକ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ସରକାରୀ ଜାଗାରୁ ଉଚ୍ଛେଦ

ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ଜିଲ୍ଲାପାଳ ମନୀଷା ବନାର୍ଜୀ ବ୍ଲକ ଛକ ପରିଦର୍ଶନ କରି ଜବର ଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

By

Published : Nov 19, 2019, 9:56 PM IST

ସୁବର୍ଣ୍ଣପୁର: ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ । ବିଜୁ ପଟ୍ଟନାୟକ ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ମଙ୍ଗଳବାର ଜିଲ୍ଲାପାଳ ମନୀଷା ବନାର୍ଜୀ ବ୍ଲକ ଛକ ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ଜାଗା ଜବରଦଖଲ କରିଥିବାରୁ ଏବେ ରାସ୍ତା କାମ ପାଇଁ ସମସ୍ୟା ଦେଖା ଦେଇଛି । ଜବରଦଖଲକାରୀ ସରକାରୀ ଜାଗାରୁ ଉଚ୍ଛେଦର ପ୍ରତିବାଦ କରୁଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ଓ ବ୍ଲକ ଛକ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ।

ମଙ୍ଗଳବାର ଜିଲ୍ଲାପାଳ ପରିଦର୍ଶନ କରି ରାଜସ୍ବ ବିଭାଗ ଅଧିକାରୀଙ୍କୁ ତୁରନ୍ତ ସରକାରୀ ଜାଗା ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ବ୍ଲକ ଛକ ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ରାସ୍ତା ପ୍ରଶସ୍ତିକରଣରେ ଆବଶ୍ୟକ କରୁଥିବା ଜାଗା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୌରପରିଷଦ କର୍ତ୍ତୃପକ୍ଷ , ରାଜସ୍ବ ନିରୀକ୍ଷକଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details