ଓଡିଶା

odisha

ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ସୁବର୍ଣ୍ଣପୁର ଡାକ ବଙ୍ଗଳା, ପଡି ରହିଛି କୁଢକୁଢ ମଇଳା - ପରିତ୍ୟକ୍ତ ଅବସ୍ଥାରେ ସୁବର୍ଣ୍ଣପୁର ଡାକ ବଙ୍ଗଳା

ସହରରେ ଥିବା ପୁର୍ତ୍ତବିଭାଗର ଡାକ ବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ବଙ୍ଗଳା ପରିସର ଆବର୍ଜନାମୟ ହୋଇଥିବା ବେଳେ ବଙ୍ଗଳାରେ ପାନୀୟ ଜଳ ଓ ବିଦ୍ୟୁତ ବିପର୍ଯ୍ୟସ୍ତ ଅବସ୍ଥାରେ। ଅଧିକ ପଢନ୍ତୁ...

subarnapur bungalow
ପରିତ୍ୟକ୍ତ ଅବସ୍ଥାରେ ସୁବର୍ଣ୍ଣପୁର ଡାକ ବଙ୍ଗଳା, ପଡି ରହିଛି କୁଢକୁଢ ମଇଳା

By

Published : Jan 6, 2021, 1:19 PM IST

ସୁବର୍ଣ୍ଣପୁର: ସହରରେ ଥିବା ପୁର୍ତ୍ତବିଭାଗର ଡାକ ବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ବଙ୍ଗଳା ପରିସର ଆବର୍ଜନାମୟ ହୋଇଥିବା ବେଳେ ବଙ୍ଗଳାରେ ପାନୀୟ ଜଳ ଓ ବିଦ୍ୟୁତ ବିପର୍ଯ୍ୟସ୍ତ ଅବସ୍ଥାରେ। ଦିନ ଥିଲା ଏହି ବଙ୍ଗଳା ଜିଲ୍ଲାପାଳଙ୍କ ବାସଭବନ ଭାବେ ବ୍ୟବହୃତ ହେଉଥିଲା ମାତ୍ର ବର୍ତ୍ତମାନ ଏହା ଅଲୋଡା ।

ପରିତ୍ୟକ୍ତ ଅବସ୍ଥାରେ ସୁବର୍ଣ୍ଣପୁର ଡାକ ବଙ୍ଗଳା, ପଡି ରହିଛି କୁଢକୁଢ ମଇଳା

1993 ମସିହାରେ ଜିଲ୍ଲା ଗଠନ ହେବା ପରେ ଜଣେ ପରେ ଜଣେ ଜିଲ୍ଲାପାଳ 2013 ମସିହା ପର୍ଯ୍ୟନ୍ତ ଏହି ବଙ୍ଗଳାକୁ ନିଜ ବାସଭବନ ଭାବେ ବ୍ୟବହୃତ କରୁଥିଲେ। ଏହି ବଙ୍ଗଳା ପରିସରରେ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ବି ତିଆରି କରାଯାଇଥିଲା। ସବୁ ସମୟରେ ଜନସାଧାରଣଙ୍କ ଯିବା ଆସିବାରେ ଗହଳ ଚହଳ ହେଉଥିଲା ବଙ୍ଗଳା ପରିସର ତେବେ ତତ୍କାଳୀନ ଜିଲ୍ଲାପାଳ ଗଗନ ବିହାରୀ ସ୍ବାଇଁ ନୂତନ ବାସଭବନକୁ ଯିବା ପରେ ଏହାପୁଣି ବଙ୍ଗଳା ଭାବେ ବ୍ୟବହୃତ ହେଉଛି ମାତ୍ର ପୁର୍ତ୍ତବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡିଛି ଏହି ବଙ୍ଗଳା।

ତେବେ ଜିଲ୍ଲାକୁ ଆସୁଥିବା ଅତିଥିମାନେ ଏହି ବଙ୍ଗଳାର ବିପର୍ଯ୍ୟସ୍ତ ଅଵସ୍ଥା ଦେଖି ମୁହଁ ଫେରେଇ ନେଉଛନ୍ତି । ଏହାର ରକ୍ଷଣାବେକ୍ଷଣ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଲେ ଜିଲ୍ଲାକୁ ଆସୁଥିବା ଅତିଥିମାନେ ଆଶ୍ରୟ ନେଇ ପାରିବେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details