ଓଡିଶା

odisha

ETV Bharat / state

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲାରେ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ଦାବି ଜୋର ଧରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ ୟୁନିଟ ପ୍ରତିଷ୍ଠା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ତଥା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 30, 2020, 11:05 PM IST

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ
ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ

ସୁବର୍ଣ୍ଣପୁର: ଜିଲ୍ଲାରେ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ଦାବି ଜୋର ଧରିଛି । ଜିଲ୍ଲା ବିଜେପି ପକ୍ଷରୁ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରାଯାଇଛି।

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ

ସେପଟେ ଦାବି ପୂରଣ ପାଇଁ ଜିଲ୍ଲାରେ ଦୁର୍ବାର ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେପି । ତେବେ ମହାମାରୀ କୋରୋନା ସମୟରେ ପଶ୍ଚିମ ଓଡିଶାର ବିଭିନ୍ନ ଡାକ୍ତରଖାନାରୁ ଡାକ୍ତର ମାନଙ୍କ ବଦଳିକୁ ତୀଵ୍ର ନିନ୍ଦା କରିଛି ଜିଲ୍ଲା ବିଜେପି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ ୟୁନିଟ ପ୍ରତିଷ୍ଠା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ତଥା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details