ସୁବର୍ଣ୍ଣପୁର: ଆଜି ୫୦ ଫୁଟ ଉଚ୍ଚ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କାଶୀ ବିଶ୍ବନାଥ କରିଡରର (Kashi Vishwanath Corrider) ଶୁଭ ମନାସୀ ଦୀପ ପ୍ରଜ୍ବଳନ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ବିଜେପି କର୍ମକର୍ତ୍ତାମାନେ ଦୀପ ପ୍ରଜ୍ଜଳନ କରି ମହାଦେବଙ୍କୁ ସ୍ମରଣ କରିଛନ୍ତି ।
କାଶୀ ବିଶ୍ୱନାଥ ଶୈବପୀଠ କରିଡର ପାଇଁ ଜିଲ୍ଲା ବିଜେପିର ଶୁଭ କାମନା ସହର ପଞ୍ଚାୟତ ମନ୍ଦିରରେ ମହାଦେବ, ଦେବୀ ମା ପାର୍ବତୀ , କାର୍ତ୍ତିକେଶ୍ବର, ଶ୍ରୀଗଣେଶ ଓ ଶ୍ରୀନନ୍ଦି ପୂଜା ପାଉଛନ୍ତି । ଯେଉଁ ମନ୍ଦିରଟି ଅନ୍ୟାନ୍ୟ ଶୈବ ପୀଠ ଅପେକ୍ଷା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । କାଶୀ ବିଶ୍ବନାଥ ପରି ସହରର ଶୈବପୀଠ ଗୁଡିକର ଶ୍ରୀବୃଦ୍ଧି କାମନା କରିବା ସହିତ କାଶୀ ବିଶ୍ବନାଥଙ୍କ ଉଦ୍ଦେଶ୍ୟରେ ଦୀପ ସମର୍ପିତ କରିଛନ୍ତି ।
କାଶୀ ବିଶ୍ବନାଥ କରିଡର ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର । ସହରର ପ୍ରାଚୀନ ଅଷ୍ଟ ଶମ୍ଭୁଙ୍କ ମନ୍ଦିର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଥିବା ଶୈବ ପୀଠଗୁଡିକର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସେ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି ଜିଲ୍ଲା ବିଜେପି ।
ପ୍ରକାଶ ଥାଉ କି, ଆଜି କାଶୀ ବିଶ୍ବନାଥ କରିଡରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ହେବ । ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଉଛି । ୨୦୧୯ ମାର୍ଚ୍ଚରେ ଏହି କରିଡର ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ଦିବ୍ୟ କାଶୀ ଭବ୍ୟ କାଶୀ କାର୍ଯ୍ୟକ୍ରମ ପାଇଁ ବାରଣାସୀକୁ ସଜା ଯାଇଛି । ଆଲୋକମାଳାରେ ସହରରୁ ସୁସଜ୍ଜିତ କରାଯାଇଛି । ଆଜି ବାରଣାସୀରେ ୮ ଲକ୍ଷ ଘରେ ଲଡୁ ବଣ୍ଟାଯିବ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ