ଓଡିଶା

odisha

ETV Bharat / state

ବିଦେଶାଗତ ପକ୍ଷୀଙ୍କ ନୂଆ ଚିଲିକା ପାଲଟିଛି ‘ସୁବର୍ଣ୍ଣପୁର’ - ସୁବର୍ଣ୍ଣପୁରରେ ବିଦେଶାଗତ ପକ୍ଷୀ

ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ କହିଲେ ଚିଲିକା କଥା ମନକୁ ଆସେ । ହେଲେ ଏବେ ଏହି ପକ୍ଷୀମାନେ ଖୋଜିଛନ୍ତି ରାଜ୍ୟରେ ଆଉ ଏକ ନୂଆ ଠିକଣା । ମହାନଦୀର ବିସ୍ତିନ୍ନ ଜଳରାଶି ଓ ଘଞ୍ଚ ଜଙ୍ଗଲ ଘେରା ପରିବେଶ ପାଇଁ ଏବେ ବିଦେଶାଗତ ଅନେକ ବିରଳ ପକ୍ଷୀଙ୍କ ପାଇଁ ନୂଆ ପସନ୍ଦ ପାଲଟିଛି ସୁବର୍ଣ୍ଣପୁର ।

birds new place subarnapur, subarnapur latest news, migratory birds in sbarnapur, migratory birds, ସୁବର୍ଣ୍ଣପୁରରେ ପକ୍ଷୀଙ୍କ ଆଗମନ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ବିଦେଶାଗତ ପକ୍ଷୀ, ବିଦେଶାଗତ ପକ୍ଷୀ
ବିଦେଶାଗତ ପକ୍ଷୀଙ୍କ ନୂଆ ଚିଲିକା ପାଲଟିଛି ‘ସୁବର୍ଣ୍ଣପୁର’

By

Published : May 27, 2020, 5:53 PM IST

ସୁବର୍ଣ୍ଣପୁର: ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ କହିଲେ ଚିଲିକା କଥା ମନକୁ ଆସେ । ହେଲେ ଏବେ ଏହି ପକ୍ଷୀମାନେ ଖୋଜିଛନ୍ତି ରାଜ୍ୟରେ ଆଉ ଏକ ନୂଆ ଠିକଣା । ମହାନଦୀର ବିସ୍ତିନ୍ନ ଜଳରାଶି ଓ ଘଞ୍ଚ ଜଙ୍ଗଲ ଘେରା ପରିବେଶ ପାଇଁ ଏବେ ବିଦେଶାଗତ ଅନେକ ବିରଳ ପକ୍ଷୀଙ୍କ ପାଇଁ ନୂଆ ପସନ୍ଦ ପାଲଟିଛି ସୁବର୍ଣ୍ଣପୁର । ଏବେ ଯୁଆଡେ ଦେଖିଲେ ଆଖିକୁ ଆକର୍ଷିତ କରୁଛନ୍ତି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । ସକାଳ ହେଉ ହେଉ ଏମାନଙ୍କ କଳରବରେ କମ୍ପୁଛି ପରିବେଶ ।

ବିଦେଶାଗତ ପକ୍ଷୀଙ୍କ ନୂଆ ଚିଲିକା ପାଲଟିଛି ‘ସୁବର୍ଣ୍ଣପୁର’

ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକୃତି ପରିବେଶ, ଜଳବାୟୁ ଓ ପ୍ରକୃତିର ମିଳୁଥିବା ଖାଦ୍ୟ ଆଧାରରେ ଉଭୟ ଜଳଚର ଓ ସ୍ଥଳଚର ପକ୍ଷୀମାନେ ଖୋଜି ପାଇଛନ୍ତି ନିଜର ନୂଆ ଠିକଣା । ଏହି ପକ୍ଷୀଙ୍କ ମଧ୍ୟରେ ଉତ୍ତର ଆମେରିକାର କମନ ମାର୍ଗନ୍ସର ସହ ରହିଛନ୍ତି ରୁଡି ଶେଲ ଡକ, ରେଡ କ୍ରେଷ୍ଟେଡ ପୋଚାର୍ଡ, ବ୍ଲକା ବେଲିଡ ଟର୍ନ, ରୋଜି ଷ୍ଟର୍ଲିଙ୍ଗ, ପଲାସ ଗଲ, ବ୍ଲାକ ହେଡେଡ ଗଲ ଓ ରିଭର ଲାପବି । ଏଥିସହ ୟୁରୋପ ଓ ସାଇବେରିଆ ଅଞ୍ଚଳରୁ ମଧ୍ୟ ଅନେକ ପକ୍ଷୀଙ୍କ ଆଗମନ ହୋଇଥିବା ଦେଖାଯାଇଛି । ଏହି ପକ୍ଷୀମାନେ ଚିଲିକାରେ ଦେଖାଯାଉନଥିବା ବେଳେ ଏମାନଙ୍କୁ ନିଜ ଜିଲ୍ଲାରେ ଦେଖି ଖୁସିରେ ଆତ୍ମହରା ହୋଇଛନ୍ତି ପକ୍ଷୀପ୍ରେମୀ ଓ ପରିବେଶବିତ୍‌ ।

ଜିଲ୍ଲାର ଅନୁକୂଳ ପାଣିପାଗ ଏହି ବିଦେଶାଗତ ପକ୍ଷୀଙ୍କୁ ସୁହାଉଥିବାରୁ ଧିରେ ଧିରେ ଜିଲ୍ଲାରେ ପ୍ରଜାତିର ସଂଖ୍ୟା ବଢି 220ରେ ପହଞ୍ଚିଥିବା ବନ ବିଭାଗ ସୂଚନା ଦେଇଛି । ଏଥିପାଇଁ ଜିଲ୍ଲାରେ ବ୍ୟାପକ ମାତ୍ରାରେ ଭରି ରହିଥିବା ନଦୀ, ନାଳ ଓ ଘଞ୍ଚ ଜଙ୍ଗଲ । ବିଶେଷ କରି ମହାନଦୀ ଓ ତେଲ ନଦୀର ସଂଗମସ୍ଥଳ ସହ ସୋନପୁର ଜିଲ୍ଲାରେ ରହିଛି ଅନେକ ବଡ ବଡ ପୁସ୍କରିଣୀ । ଯାହାକି ଏହି ବିଦେଶାଗତ ପକ୍ଷୀଙ୍କୁ ବେଶ ସୁହାଉଛି । ଏଣୁ ଧିରେ ଧିରେ ଜିଲ୍ଲାକୁ ଏହି ପକ୍ଷୀଙ୍କ ଆଗମନ ସଂଖ୍ୟା ବଢିବାରେ ଲାଗିଛି । ଏସବୁ ପକ୍ଷୀଙ୍କୁ ଦେଖିବାକୁ ଏବେ ଲୋକଙ୍କ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି ।

ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ଏବେ ବ୍ୟାପକ ଜନ ସଚେତନତା ଦରକାର ବୋଲି କହିଛନ୍ତି ପକ୍ଷୀ ପ୍ରେମୀ । ଜଳ, ଜମି, ଜଙ୍ଗଲ ଦିନକୁ ଦିନ କ୍ଷୟ ହୋଇ ହୋଇ ଯାଉଛି ।ହେଲେ ଏ ଅତିଥି ପକ୍ଷୀମାନଙ୍କୁ ଆତିଥେୟତା ଦେବା ସହ ଆବଶ୍ୟକ ଖାଦ୍ୟ ଓ ବାସସ୍ଥାନ ଯୋଗାଇବା ସହ ନିଜ ପରିବେଶକୁ ସରସ ସୁନ୍ଦର କରିବା ପାଇଁ ସଭିଏଁ ସଚେତନ ହେବା ଜରୁରୀ ହୋଇ ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details