ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ । ଭଙ୍ଗା ଚାଲିଛି ବେଆଇନ ଘର । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ସଦର ତହସିଲ ଓ ପୌରପରିଷଦ ପକ୍ଷରୁ ସରକାରୀ ମୂଲ୍ୟବାନ ଜମି ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରାଯାଉଛି । ସହରର ପଟାଭାଡ଼ିର ଠାକୁରାଣୀ ପଡାର 13 ଗୋଟି ପରିବାରକୁ ଉଚ୍ଛେଦ କରାଯାଇଛି ।
ସଦର ତହସିଲଦାର ନବୀନ କୁମାର ପାଢୀଙ୍କ ନେତୃତ୍ୱରେ ରାଜସ୍ବ ବିଭାଗର କର୍ମଚାରୀ ଓ ସଦର ପୌରପରିଷଦର କର୍ମଚାରୀ ମିଳିତ ଭାବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେବେ ଏହି ଜବରଦଖଲକାରୀଙ୍କୁ ପୂର୍ବରୁ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜମିକୁ ଖାଲି କରିବା ପାଇଁ ନୋଟିସ ପ୍ରଦାନ କରାଯାଇଥିଲା । ଜବରଦଖଲକାରୀ ରାଜସ୍ବ ବିଭାଗକୁ ସରକାରୀ ଜମି ଖାଲି କରିବା ପାଇଁ କିଛି ଦିନ ସମୟ ମାଗିଥିଲେ । ରାଜସ୍ବ ବିଭାଗ ବି ଜବରଦଖଲକାରୀଙ୍କୁ ସମୟ ପ୍ରଦାନ କରିଥିଲେ ।