ଓଡିଶା

odisha

By

Published : Jul 25, 2020, 9:41 AM IST

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ଲକଡାଉନ ନିୟମ କଡ଼ାକଡ଼ି ପାଳନ ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ରାଜସ୍ବ ଅଧିକାରୀ ମାନଙ୍କୁ ଦେଲେ ନିର୍ଦ୍ଦେଶ । ନିୟମ ଉଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ...

strict action will be taken, Lockdown rules are violated, lockdown rules in subarnapur, ଲକଡାଉନ ନିୟମ ଉଲଙ୍ଘନ, ନିୟମ ଉଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ
ଲକଡାଉନ ନିୟମ ଉଲଙ୍ଘନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର: ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲକଡାଉନ ନିୟମ ଉଲଙ୍ଘନ ହେଉଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ବିଶେଷକରି ସରକାରୀ କାର୍ଯ୍ୟାଳୟ ଗୁଡି଼କରେ ସାମାଜିକ ଦୂରତ୍ବ ରକ୍ଷା କରାଯାଉନଥିବା ଦେଖିବାକୁ ମିଳିଛି ।

ଲକଡାଉନ ନିୟମ ଉଲଙ୍ଘନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସାପ୍ତାହିକ ହାଟ ବନ୍ଦ, ଅପରାହ୍ନ 4ଟାରୁ ଦୋକାନବଜାର ବନ୍ଦ, ଟିଉସନ ଓ କୋଚିଂ ସେଣ୍ଟର ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦ୍ଦେଶ ଜାରି କରାଯାଉଛି। ହେଲେ ବିଭିନ୍ନ ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶୁକ୍ରବାର ଜିଲ୍ଲାପାଳ ମନୀଷା ବାନାର୍ଜୀ ପୁଣି ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। କୋଭିଡ ଗାଇଡ ଲାଇନ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ରାଜସ୍ବ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଟିଉସନ ଓ କୋଚିଂ ସେଣ୍ଟର ଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ କହିଛନ୍ତି।

ଲକଡାଉନ ନିୟମ ଉଲଙ୍ଘନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଶୁକ୍ରବାର ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମକୁ ଜଣାଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details