ଓଡିଶା

odisha

ETV Bharat / state

ପୌର ପରିଷଦରେ ଜଳୁନାହିଁ ଷ୍ଟ୍ରିଟ୍ ଲାଇଟ, ଅସନ୍ତୋଷ ସ୍ଥାନୀୟ ବାସିନ୍ଦା - subarnapur

ସୁବର୍ଣ୍ଣପୁର ସହରର ୱାର୍ଡ ନମ୍ବର 1ରେ ଥିବା ସାମ୍ବାଦିକ କଲୋନୀରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ଫଳରେ ସାରା କଲୋନୀରେ ଅନ୍ଧାର ରାଜୁତି କରୁଥିବା ବେଳେ ଜନସାଧାରଣ ସନ୍ଧ୍ୟା ପରେ ଯାତାୟାତରେ ଅନେକ ଅସୁବିଧାର ସମ୍ବୁଖିନ ହେଉଛନ୍ତି। ଅଧିକ ପଢନ୍ତୁ..

street-light-failed-in-subarnapur
street-light-failed-in-subarnapur

By

Published : Jun 18, 2020, 9:55 PM IST

ସୁବର୍ଣ୍ଣପୁର: ସହରର ୱାର୍ଡ ନମ୍ବର 1ରେ ଥିବା ସାମ୍ବାଦିକ କଲୋନୀରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ପ୍ରୋଗ୍ରେସ ଇନ ପଛପଟକୁ ଥିବା ଏହି କଲୋନୀରେ ଗୋଟିଏ ରାସ୍ତାରେ 6 ଗୋଟି ବଲବ ଜଳୁ ନଥିବା ବେଳେ ଅନ୍ୟ ଏକ ପାର୍ଶ୍ୱରେ ଦୁଇଟି ଖୁଣ୍ଟରେ ବଲବ ଜଳୁ ନାହିଁ । ଫଳରେ ସାରା କଲୋନୀରେ ଅନ୍ଧାର ରାଜୁତି କରୁଥିବା ବେଳେ ଜନସାଧାରଣ ସନ୍ଧ୍ୟା ପରେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଅନେକ ଯାଗାରେ ଜଳୁନାହିଁ ଷ୍ଟ୍ରିଟ ଲାଇଟ

ପୋୖର ପରିଷଦ ପାଖରେ ସାମ୍ବାଦିକ ମାନଙ୍କ ଅଭିଯୋଗ ପରେ ବି ଷ୍ଟ୍ରିଟ ଲାଇଟ ମରାମତି କରାଯାଉ ନାହିଁ । ସହରରେ ଆସ୍ଥା କମ୍ପାନୀ ପକ୍ଷରୁ 2 ହଜ଼ାର 5 ଶହରୁ ଅଧିକ ଷ୍ଟ୍ରିଟ ଲାଇଟ ଲଗାଯାଇଛି । ହେଲେ ଅନେକ ଯାଗାରେ ବଲବ ଗୁଡ଼ିକ ଜଳୁନାହିଁ । ଲକ ଡାଉନ ଯୋଗୁଁ ବଲବ ପରିବର୍ତ୍ତନ କରାଯାଇ ପାରି ନ ଥିବା ବେଳେ ତୁରନ୍ତ ସହରର ଷ୍ଟ୍ରିଟ ଲାଇଟ ଯାଞ୍ଚ କରି ଅଚଳ ବଲବ ଗୁଡିକ ବଦଳେଇବା ପାଇଁ ପୋୖର ପରିଷଦର ବିଦ୍ୟୁତ ୟୁନିଟକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details