ଓଡିଶା

odisha

ETV Bharat / state

ବଜାର ଉଦଘାଟନ ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ - ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ବୁରୋମୁଣ୍ଡା ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ । ବଜାର କମିଟି ନାଁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଅଧିକ ପଢ଼ନ୍ତୁ

group clash
ଗୋଷ୍ଠୀ ସଂଘର୍ଷ

By

Published : Dec 23, 2022, 1:25 PM IST

ବଜାର ଉଦଘାଟନ ବେଳେ ଉତ୍ତେଜନା

ସୁବର୍ଣ୍ଣପୁର: ବଜାର କମିଟି ନାଁ ରଖିବା ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ବୁରୋମୁଣ୍ଡା ଠାରେ ଉପ ବଜାର ଉଦଘାଟନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଛି । ଏଥିରେ ପ୍ରାୟ 4 ଜଣ ପୁରୁଣ ଓ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ବୁରୋମୁଣ୍ଡା ମୌଜାରେ ନିୟନ୍ତ୍ରୀତ ବଜାର କମିଟି ଡୁଙ୍ଗୁରିପାଲି ପକ୍ଷରୁ ଏକ ଉପ ବଜାର ଉଦଘାଟିତ ହୋଇଯାଇଛି । ବୁରୋମୁଣ୍ଡା ମୌଜାରେ ବଜାର ପ୍ରତିଷ୍ଠା କରାଯାଇଥିବା ବେଳେ ବିଶିମୁଣ୍ଡା ବଜାର କମିଟି ବୋଲି ଲେଖାଯାଇଛି । ତେଣୁ ବୁରୋମୁଣ୍ଡାର ଜନସାଧାରଣ ଏହାର ପ୍ରତିବାଦ କରି ଆନ୍ଦୋଳନ କରିଛନ୍ତି । ଆନ୍ଦୋଳନ ପୂର୍ବରୁ ଜିଲ୍ଲା ପରିଷଦ ସଭ୍ୟ ମଧୂସୂଦନ ଓତା, ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ପ୍ରମୁଖଙ୍କ ସମେତ କିଛି ସରକାରୀ କର୍ମଚାରୀ ଓ ରାଜନୈତିକ ଲୋକ ବଜାର କମିଟି ଭିତରେ ଥିବାବେଳେ ସେମାନଙ୍କୁ ଜନସାଧାରଣ ତାଲା ପକାଇ ଦେଇଥିଲେ । ତେବେ ଉତ୍ତେଜନା ଦେଖାଦେବା ପରେ ବଜାର କମିଟି ଭିତରେ ଥିବା କିଛି ଲୋକେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହାପରେ ବାହାରେ ଆନ୍ଦୋଳନ କରୁଥିବା ଲୋକେ ମଧ୍ୟ ପଥର ମାଡ କରିଛନ୍ତି । ଏଥିରେ ପ୍ରାୟ 4 ଜଣ ପୁରୁଷ ଓ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ମନ୍ଥର ଗତିରେ ଚାଲିଛି ଜାତୀୟ ରାଜପଥ କାମ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ BJD ସାଂସଦ

ଆଜି (ଶୁକ୍ରବାର) ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଏହି ନବନିର୍ମିତ ବଜାରକୁ ଉଦଘାଟନ କରିବା ପରେ ବୁରୋମୁଣ୍ଡା ମୌଜାର ଜନସାଧାରଣ ଏହାର ପ୍ରତିବାଦ କରି ଆନ୍ଦୋଳନ ଆରମ୍ଭ କରିଥିଲେ । ତେବେ ଏବେ ବି ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ଉତ୍ତେଜନାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ଦୁଇ ପ୍ଳାଟୁନ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details