ଓଡିଶା

odisha

By

Published : Dec 25, 2021, 10:23 PM IST

ETV Bharat / state

ହିକୁଡିରେ ରାଜ୍ୟର ପ୍ରଥମ କ୍ୟାଫେଟେରିଆ ଉଦଘାଟିତ, ଥଣ୍ଡା ପବନ ସହ ଫାଷ୍ଟପୁଡ୍ ଖାଦ୍ୟର ମଜା ନେବେ ଗ୍ରାହକ

ସୁବର୍ଣ୍ଣପୁର ହିକୁଡିଠାରେ ରାଜ୍ୟର ପ୍ରଥମ କ୍ୟାଫେଟେରିଆ ଉଦଘାଟିତ । ଏଥର ସ୍ବାବଲମ୍ବୀ ହେବେ ଗ୍ରାମୀଣ ମହିଳା । ଅଧିକ ପଢନ୍ତୁ

ହିକୁଡିରେ ରାଜ୍ୟର ପ୍ରଥମ କେଫେଟେରିଆ ଉଦଘାଟିତ
ହିକୁଡିରେ ରାଜ୍ୟର ପ୍ରଥମ କେଫେଟେରିଆ ଉଦଘାଟିତ

ସୁବର୍ଣ୍ଣପୁର : ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ହିକୁଡିଠାରେ ରାଜ୍ୟର ପ୍ରଥମ କ୍ୟାଫେଟେରିଆ ଉଦଘାଟିତ ହୋଇଯାଇଛି । ଜିଲ୍ଲାର ବିଜୁ ପଟ୍ଟନାୟକ ସେତୁ ଅତିକ୍ରମ କଲେ ଡାହାଣ ପାର୍ଶ୍ବର ମହାନଦୀ କୂଳରେ ଏହି କ୍ୟାଫେଟେରିଆ ନିର୍ମାଣ କରାଯାଇଛି । ଉଦଘାଟନୀ ଉତ୍ସବରେ ଜିଲ୍ଲାର ଦୁଇ ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ମହିଳା ସଶକ୍ତିକରଣ ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଗ୍ରାମୀଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି କ୍ୟାଫେଟେରିଆରେ ନିୟୋଜିତ କରାଯାଇଛି ।

ହିକୁଡିରେ ରାଜ୍ୟର ପ୍ରଥମ କେଫେଟେରିଆ ଉଦଘାଟିତ

ସନ୍ଧ୍ୟାରେ ଜନସାଧାରଣ ବିଜୁ ପଟ୍ଟନାୟକ ପୋଲ ଅତିକ୍ରମ କରି କ୍ୟାଫେଟେରିଆକୁ ପହଞ୍ଚିଲେ । ସୁବର୍ଣ୍ଣପୁର ସହରର ସନ୍ଧ୍ୟା ଦୃଶ୍ୟ ଉପଭୋଗ କରିବା ସହିତ କଫି ,ଚା ,ସ୍ନାକ୍ସ ତଥା ବିଭିନ୍ନ ପ୍ରକାରର ଫାଷ୍ଟଫୁଡ ଖାଦ୍ୟର ମଜା ନେଇ ପାରିବେ । ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଚିତ୍ତବିନୋଦନର ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଇ ପାରିବ । ବିଭିନ୍ନ ପାଣ୍ଠି ପ୍ରଦାନ କରି ବିଜୁ ପଟ୍ଟନାୟକ ସେତୁର ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ତେବେ ସବୁଠାରୁ ବଡକଥାଟି ଏହି କ୍ୟାଫେଟେରିଆରେ ନିୟୋଜିତ ହୋଇଥିବା ଗ୍ରାମୀଣ ମହିଳାମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇ ପାରିବେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details