ସୁବର୍ଣ୍ଣପୁର:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ସୁବର୍ଣ୍ଣପୁର ଜିଲ୍ଲା । ଆଜିର ଦିନରେ ସାଧବ ପୁଅମାନେ ବାହାର ଦେଶରୁ ବାଣିଜ୍ୟ ସାରି ନିଜ ମାଟିକୁ ଫେରୁଥିଲେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ସହରରରେ ରଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଆୟୋଜନା କରି ,ଏକ ନିଆରା ଢଙ୍ଗରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।
ତେନ୍ତୁଳି ଘାଟ ଭଗବତୀ ପାଠାଗାର ପକ୍ଷରୁ ରାଜ୍ୟସ୍ତରୀୟ ଦେଶୀ ନୌଚାଳନା ପ୍ରତିଯୋଗୀତା ଆୟୋଜନ କରାଯାଇଛି ।ଏଥିରେ ପଶ୍ଚିମ ଓଡିଶାର ପ୍ରାୟ 30 ଜଣ ନାବିକ ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ଏହି ନୌଚାଳନା ପ୍ରତିଯୋଗିତା ମହାନଦୀ ଅବବାହିକାରେ ଆୟୋଜନ କରାଯାଇଥିବା ବେଳେ ପ୍ରାୟ 800 ମିଟର ଲମ୍ବ ନୌଚାଳନା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ପ୍ରତି ଡଙ୍ଗାରେ ଦୁଇ ଜଣ ନାବିକ ଅଂଶ ଗ୍ରହଣ କରିଥିଲେ । ତେନ୍ତୁଳି ଘାଟ ଠାରୁ ମା' ଲଙ୍କେଶ୍ୱରୀ ଦୋରୁହ ନିକଟରେ ଥିବା ବାଲିଟାପୁ ପର୍ଯ୍ୟନ୍ତ ଡଙ୍ଗା ଚାଳନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ.....ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଉଦଘାଟନ କଲେ ଅର୍ଥମନ୍ତ୍ରୀ
ଏଥିରେ ସୁବର୍ଣ୍ଣପୁର ସମେତ,ବରଗଡ, ବୌଦ୍ଧ, ସମ୍ବଲପୁର ଆଦି ଜିଲ୍ଲାରୁ ନାବିକମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା । ଚଳିତ ବର୍ଷର ନୌଚାଳନା ପ୍ରତିଯୋଗୀତାରେ ବରଗଡ଼ ଜିଲ୍ଲାର ନାବିକ ରସାନ୍ତ ତରିଆଙ୍କ ଗ୍ରୁପର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାସହ ନୌଚାଳନାରେ ଅଂଶ ଗ୍ରହଣ କରିଥିବା ନାବିକମାନଙ୍କୁ ସମ୍ମାନିତ କରାଯାଇଥିଲା ।