ଓଡିଶା

odisha

ETV Bharat / state

ସ୍ୱୟଂ ସହାୟକ ଗୋଷ୍ଠୀର ମାସ୍କ ତିଆରି ଅଭିଯାନ, ଲକଡାଉନରେ ଘରେ ବସି ରୋଜଗାର - ସ୍ୱୟଂ ସହାୟକ ଗୋଷ୍ଠୀର ମାସ୍କ ତିଆରି

ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ମାସ୍କ ଅଭାବ ଥିବାବେଳେ ସହରର ଝୁପୁଡିପଡାର ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲକଡାଉନରେ ଘରେ ବସି ରୋଜଗାର କରିବା ସହ ତିଆରି କରୁଛନ୍ତି ମାସ୍କ। ଅଧିକ ଖବର ପଢନ୍ତୁ...

mask making
ସ୍ୱୟଂ ସହାୟକ ଗୋଷ୍ଠୀର ମାସ୍କ ତିଆରି ଅଭିଯାନ, ଲକଡାଉନରେ ଘରେ ବସି ରୋଜଗାର

By

Published : Apr 7, 2020, 8:48 PM IST

ସୁବର୍ଣ୍ଣପୁର: କୋରୋନାକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି। ଜିଲ୍ଲାରେ ଏବେ ମାସ୍କ ଅଭାବ ଥିବାବେଳେ ସହରର ଝୁପୁଡିପଡାର ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 17 ହଜ଼ାର ମାସ୍କ ଅବା ଫେସ କଭର ଯୋଗାଇବାକୁ ଜିଲ୍ଲା ପ୍ରଶାସନ ଅର୍ଡର କରିଛି। ସ୍ୱୟଂ ସହାୟକ ଗୋଷ୍ଠି ଏଯାଏଁ 15 ଶହ ମାସ୍କ ଯୋଗାଇ ସାରିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀର ମାସ୍କ ତିଆରି ଅଭିଯାନ, ଲକଡାଉନରେ ଘରେ ବସି ରୋଜଗାର

ଏହି ମାସ୍କ ସବୁ ସରକାରୀ କର୍ମଚାରୀ , ପୋଲିସ କର୍ମଚାରୀ ,ସ୍ୱାସ୍ଥ୍ୟ କର୍ମି ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କ୍ୱାରେନଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଛି। ଏହି ଲକଡାଉନ ସମୟରେ ମହିଳା ମାନେ ବି ଘରେ ରହି ରୋଜଗାର କରି ପାରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details