ଓଡିଶା

odisha

ETV Bharat / state

ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ - ସୁବର୍ଣ୍ଣପୁରରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ବେଆଇନ ଗଞ୍ଜେଇ କାରବାର ଉପରେ ଅଂକୁଶ ଲଗାଇବାକୁ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ଅଧିକ ପଢ଼ନ୍ତୁ

special drive by police for ganja smuggling in subarnapur
ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

By

Published : Apr 18, 2022, 1:01 PM IST

ସୁବର୍ଣ୍ଣପୁର: ବେଆଇନ ଗଞ୍ଜେଇ କାରବାର ଉପରେ ଅଂକୁଶ ଲଗାଇବାକୁ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଗତ 15 ଦିନ ଭିତରେ ପାଞ୍ଚୋଟି ଗଞ୍ଜେଇ କାରବାରକୁ ଧରିବାରେ ଜିଲ୍ଲା ପୋଲିସ ସଫଳତା ପାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ଜିଲ୍ଲାର ପ୍ରବେଶ ପଥ ଗୁଡିକରେ ପୋଲିସ ଅହୋରାତ୍ର 24 ଘଣ୍ଟା ଗାଡି ମୋଟର ଗୁଡିକ ଯାଞ୍ଚ କରୁଛି । ପଡୋଶୀ ବୌଦ୍ଧ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ହେଉଥିବା ବେଳେ ବୌଦ୍ଧରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ଜିଲ୍ଲା ତଥା ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ବିଶେଷକରି ସଦର ସୋନପୁର,ବିନିକା,ତରଭା ଓ ରାମପୁର ଥାନା ଅଞ୍ଚଳ ଦେଇ ମଧ୍ୟପ୍ରଦେଶ, ଛତିଶଗଡ ଆଦି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଓ ବେପାରୀ ମାନେ ଭିନ୍ନ ଭିନ୍ନ ଉପାୟରେ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ କାରବାର କରୁଛନ୍ତି । ବର୍ତ୍ତମାନ ପୋଲିସ ଏଦିଗରେ ବେଶ ସଜାଗ ହୋଇଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details