ସୁବର୍ଣ୍ଣପୁର: ଭୋଟ୍ ଗଣତିକୁ ଆଉ ଗୋଟିଏ ଦିନ ବାକି ଅଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲୁଛି । ଉଭୟ ଲୋକସଭା ଓ ବିଧାନସଭା ଭୋଟ ଗଣତିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲାପାଳ ମଧୂସୁଦନ ମିଶ୍ର ଭୋଟ ଗଣତି ପ୍ରସ୍ତୁତି ସମ୍ପର୍କରେ ବିଶଦ ସୂଚନା ଦେଇଥିଲେ । ଭୋଟ ଗଣତିରେ ଏଥର 30 ପ୍ରତିଶତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ସାମ୍ବାଦିକଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ପ୍ରକୋଷ୍ଠ ,ଭୋଟ ଗଣତି କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରୀତ କୋଠରୀରେ ପରିଣତ କରିବା ,ନିୟୋଜିତ କର୍ମଚାରୀମାନଙ୍କ ପାଇଁଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଛି । ଆହୁରି ଇଭିଏମ ଷ୍ଟ୍ରଙ୍ଗରୁମରୁ ଗଣତି କେନ୍ଦ୍ର ଯାଏଁ ସୁରକ୍ଷା ବ୍ୟବସ୍ଥା,ରାଜନୈତିକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।