ଓଡିଶା

odisha

By

Published : Sep 28, 2020, 1:51 PM IST

ETV Bharat / state

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଇବେ ମା’ ଦୁର୍ଗା

କୋରୋନା କାଳରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ । ଗାଇଡଲାଇନ ଅନୁସାରେ ପୂଜା ପାଳନ କରିବାକୁ ସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

SP's response to Durga Puja celebrations during Corona
କୋରୋନା କାଳରେ ଦୁର୍ଗାପୂଜା ପାଳନ ଉପରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତିକ୍ରିୟା

ସୁବର୍ଣ୍ଣପୁର: ରାଜ୍ୟରେ ବର୍ତ୍ତମାନ ଜାରି ରହିଛି କୋରୋନା କାୟା । ଏଭଳି ସ୍ଥିତିରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ । ସରକାର କୋଭିଡ 19 ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ପୂଜା ପାଳନ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଛନ୍ତି ।

କୋରୋନା କାଳରେ ଦୁର୍ଗାପୂଜା ପାଳନ ଉପରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତିକ୍ରିୟା

ତେବେ ଚଳିତ ବର୍ଷ ରୁଦ୍ଧ କୋଠରୀରେ ପୂଜା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂଜା ମଣ୍ଡପରେ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଥିବା ବେଳେ ଡ଼ାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିପରି ଭସାଣୀ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି ଏବଂ ପ୍ରଶାସନ ଧାର୍ଯ୍ୟ କରିଥିବା ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି କହିଛନ୍ତି।

ତେବେ ପୂଜା କମିଟି ଗୁଡିକ ସରକାରୀ ନିର୍ଦେଶ ମାନି ପୂଜା ପାଳନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details