ଓଡିଶା

odisha

ETV Bharat / state

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ - ନିର୍ମାଣ କୃଷକ ସଂଗଠନ

ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ରାଜିନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । କାଳିଆ ଯୋଜନାର ଆର୍ଥିକ ସହାୟତା ରାଶିକୁ ସରକାର କମ କରିଥିବା ଅଭିଯୋଗ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଛି ।

sp-office-gherao
sp-office-gherao

By

Published : Dec 16, 2019, 1:53 PM IST

ସୁବର୍ଣ୍ଣପୁର: ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଛି । ନିର୍ମାଣ ସଂଗଠନର ଜିଲ୍ଲା ସଂଯୋଜକ ରାଜିନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ସ୍ଥାନୀୟ କଲେଜ ଛକରୁ ଏକ ଶୋଭାଯାତ୍ରାରେ ସମସ୍ତ ଚାଷୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଁଚି ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏକ ମାମଲା ରୁଜୁ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ ।

ବିଜେଡ଼ି ସୁପ୍ରିମୋ ନିର୍ବାଚନରେ ବିଜୟୀ ହେବାକୁ କାଳିଆ ଯୋଜନା କରିଥିବା ବେଳେ ଏହି ଯୋଜନାର ଆର୍ଥିକ ସହାୟତା ରାଶିକୁ ଆହୁରି କମ କରିଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ସରକାର ପ୍ରତିଶ୍ରୁତି ପୂରଣ ନକଲେ ଆନ୍ଦୋଳନ ଭୟାବହ ହେବ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details