ଓଡିଶା

odisha

ETV Bharat / state

ଆହାର କେନ୍ଦ୍ରରେ ଖାଇଲେ ଏସପି - Sp in ahara kendra in subarnapur

ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାନେଇ ଆହାର କେନ୍ଦ୍ର ପହଞ୍ଚି ମଧ୍ୟାହ୍ନ ଭୋଜନ କରିଛନ୍ତି ସୁବର୍ଣ୍ଣପୁର ଏସପି ଦେବୀପ୍ରସାଦ ଦାସ।

_sp surprise
ଆହାର କେନ୍ଦ୍ରରେ ଖାଇଲେ ଏସପି

By

Published : Dec 25, 2019, 4:58 PM IST

ସୁବର୍ଣ୍ଣପୁର: ଆହାର କେନ୍ଦ୍ରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ। ସାଧାରଣ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଆହାର କେନ୍ଦ୍ର ପହଞ୍ଚି ମଧ୍ୟାହ୍ନ ଭୋଜନ କରିଛନ୍ତି ଏସପି। ବିଶେଷକରି ମାଓପ୍ରବଣ ଅଞ୍ଚଳରେ ଏସପିଙ୍କ ଏପରି ଉଦ୍ୟମ ତାଙ୍କୁ ଲୋକଙ୍କ ନିକଟତର କରିପାରିଛି।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଟାଉନ ଥାନା ଅଧିକାରୀ ଲୋକେଶ ବିଶ୍ବାଳ, ଅତିରିକ୍ତ ଏସପି ପ୍ରମୁଖ ଆହାର କେନ୍ଦ୍ରରେ ପହଞ୍ଚି ମଧ୍ୟାହ୍ନ ବୋଜନ ଗ୍ରହଣ କରିଥିଲେ । ଏକ 15 ଜଣିଆଁ ପୋଲିସ ଦଳ ଆହାର କେନ୍ଦ୍ରକୁ ହଠାତ ପରିଦର୍ଶନରେ ଯାଇଥିଲେ।

ଭୋଜନ ସମୟ ପୂର୍ବରୁ ପହଞ୍ଚି ସେଠାରେ ଆହାର କେନ୍ଦ୍ରକୁ ଆସୁଥିବା ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ସହରକୁ ବିଭିନ୍ନ ଗାଁରୁ ଆସୁଥିବା ଲୋକଙ୍କ ସହିତ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୋଲିସ ଜନସାଧାରଣଙ୍କ ନିକଟତର ହେବାକୁ ଆରକ୍ଷୀ ଅଧିକ୍ଷକ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଆହାର କେନ୍ଦ୍ରରେ ଖାଇଲେ ଏସପି

ସେହିପରି ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ପାଇଁ ପୋଲିସ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଆହାର କେନ୍ଦ୍ରକୁ ଆସିଥିବା ଲୋକଙ୍କ ସହିତ ଏସପିଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଭୋଜନ କରିଥିଲେ। ଜିଲ୍ଲାର ଦୁଇଟି ବ୍ଲକ ମାଓପ୍ରବଣ ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଭିନ୍ନ ଜାଗାକୁ ହଠାତ ପହଞ୍ଚି ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିଥାନ୍ତି। ଆରକ୍ଷୀ ଅଧିକ୍ଷକଙ୍କ ଏପରି ସମ୍ପର୍କ ସ୍ଥାପନ କରିବାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details