ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଦକ୍ଷିଣ ଭାରତୀୟ କୁମକୁମ ପୂଜା - ଦକ୍ଷିଣ ଭାରତୀୟ ନିଆରା କୁମକୁମ ପୂଜା

ପରିବାରର ସୁଖ ସମୃଦ୍ଧି ପାଇଁ ସୁବର୍ଣ୍ଣପୁରରେ ଦକ୍ଷିଣ ଭାରତୀୟ କୁମକୁମ ପୂଜା ପାଳନ । ହରଗୌରୀ ଯାତ୍ରାରେ ବିବାହିତା ମହିଳାମାନେ କୁମକୁମ ବ୍ରତ ରଖି ଦେବଦେବୀଙ୍କ ଆଗରେ ସିନ୍ଦୁର ଖେଳ ଖେଳିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 19, 2019, 2:46 AM IST

ସୁବର୍ଣ୍ଣପୁର: ପତିବ୍ରତା ନାରୀ ସ୍ଵାମୀର ଦୀର୍ଘ ଜୀବନ ଓ ପରିବାରର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କୁ ସ୍ମରଣ କରେ । ଅନେକ ପୂଣ୍ଣ୍ୟ ବ୍ରତ ଓପାସ କରି ସର୍ଵମୟ କର୍ତାଙ୍କ ପାଖରେ ଗୁହାରୀ କରେ । ଏହିପରି ସୁବର୍ଣ୍ଣପୁର ସହରର ପାଳିତ ହେଉଥିବା ଦକ୍ଷିଣ ଭାରତୀୟ ହରଗୌରୀ ଯାତ୍ରାରେ ବିବାହିତା ମହିଳାମାନେ କୁମକୁମ ବ୍ରତ ରଖି ଦେବଦେବୀଙ୍କ ଆଗରେ ସିନ୍ଦୁର ଖେଳ ଖେଳିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତମାମ ଦିନ ଓପାସ କରିଥିବା ମହିଳାଙ୍କ ଆଗରେ ପୂଜା ଥାଳି । ପାତ୍ରରେ ହଳଦୀ ନିର୍ମିତ ସିଦ୍ଧି ବିନାୟକଙ୍କ ପ୍ରତିମା । ଦକ୍ଷିଣ ଭାରତୀୟ ପରମ୍ପରାରେ ବିନାୟକ ଆରାଧନା ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ପରିବାରର ସୁଖ ସମୃଦ୍ଧି ପାଇଁ ମହିଳାଙ୍କ ଏହି କୁମକୁମ ବ୍ରତ । ଖାଲି ସୁବର୍ଣ୍ଣପୁର ନୁହେଁ ଦକ୍ଷିଣ ଓଡ଼ିଶାର ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ଏହି କୁମକୁମ ପର୍ଵରେ । ଦକ୍ଷିଣ ଭାରତୀୟ ମହିଳାମାନେ ସ୍ଥାନୀୟ ଶୈବ ସଂସ୍କୃତିର ମିଳନରେ ପାଳିତ ହେଉଥିବା ଏହି ପର୍ବରେ ସାମିଲ ହୋଇ ବେଶ ଉତ୍ସାହିତ ହୋଇଛନ୍ତି।

ବାର୍ଷିକ ଅନ୍ତରରେ ପାଳିତ ହେଉଥିବା ଏହି ଯାତ୍ରାରେ ବ୍ରତୀ ମାନେ ଶୃଙ୍ଖଳିତ ଭାବେ ଧାଡିରେ ବସି ଗଣେଶଙ୍କ ଆରାଧନା କରିଛନ୍ତି । ଧୂପ ଦୀପ ଦେଇ ତେଲୁଗୁ ମନ୍ତ୍ର ବୋଲି ସ୍ୱତନ୍ତ୍ର ଭାବେ ତିଆରି ପିଠା ନୈବେଦ୍ୟ ଭାବେ ଅର୍ପଣ କରିଛନ୍ତି । ହରଗୌରୀଙ୍କ ଆଗରେ ବ୍ରତୀମାନେ ଏକୁ ଆରେକଙ୍କ ମଥାରେ ସିନ୍ଦୂର ଲଗାଇ ପାରସ୍ପରକୁ ସୌଭାଗ୍ୟବତୀ ହେବାର ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ 10 ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ ଦକ୍ଷିଣ ଭାରତ ଓ ଦକ୍ଷିଣ ଓଡ଼ିଶାର ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଆଗାମୀ 20 ତାରିଖରେ ଦେବାଦେବୀଙ୍କ ନଗର ଭ୍ରମଣରେ ହଜ଼ାର ହଜ଼ାର ଭକ୍ତ ଏହି ଯାତ୍ରାରେ ସାମିଲ ହେବା ଆଶା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details