ସୁବର୍ଣ୍ଣପୁର: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଦୀର୍ଘ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଟିଏମରୁ ଲୁଟ ହୋଇଥିବା ନେଇ ହୋଇଛି ଅଭିଯୋଗ । ଏହି ଘଟଣାରେ ଜିଲ୍ଲାର ଉଲୁଣ୍ଡା ଥାନା ଓ ସୋନପୁର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବୀର ମହାରାଜପୁରର ବ୍ଲକ୍ ସୁବଳୟା ଗ୍ରାମର ସତ୍ୟନାରାୟଣ ବିଶ୍ବାଳ ।
ସୂଚନାନୁସାରେ ଗ୍ରାହକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯିବା ସମୟରେ ଅଭିଯୁକ୍ତ ଜଣକ ଏଟିଏମ କାଉଣ୍ଟର ଆଗରେ ଜଗିରହି ଗ୍ରାହକମାନଙ୍କୁ ଟଙ୍କା ଉଠାଇବାରେ ସହଯୋଗ କରୁଥିଲା । ତେବେ ଗ୍ରାହକଙ୍କ ଏଟିଏମ ବଦଳରେ ଅଭିଯୁକ୍ତ ସତ୍ୟନାରାୟଣ ବିଶ୍ବାଳ ତା ପାଖରେ ରଖିଥିବା ନକଲି ଏଟିଏମ କାର୍ଡ ଦେଇ ଗ୍ରାହକଙ୍କ ପିନ ନମ୍ବର ମନେ ରଖି ଫେରାର ହୋଇ ଯାଉଥିଲା ।