ସୋନପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଓ ପଥରମାଡ ଘଟଣା । ଗତ 14 ତାରିଖରେ ହୋଇଥିବା ହିଂସାକାଣ୍ଡ ଓ ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ସୁବର୍ଣ୍ଣପୁର ହିନ୍ଦୁ ସମାଜର ସଦସ୍ୟ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ଉପସ୍ଥାପନ କରାଯାଇଛି ।
ସମ୍ବଲପୁରରେ ହିନ୍ଦୁଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ଗତ ଏପ୍ରିଲ 19 ତାରିଖରେ ସଦର ମହକୁମା ସହିତ ଜିଲ୍ଲାର ସମସ୍ତ ସହରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାର ସମର୍ଥନରେ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ଶାଖା ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ୍ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁରରେ 144 ଧାରା ଲାଗୁ କରାଯାଇଥିଲା । ଏହାପରେ ଏପ୍ରିଲ 14 ତାରିଖ ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଜଣେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।