ଓଡିଶା

odisha

ETV Bharat / state

ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଉନ୍ନୟନ ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ବ୍ଲକ ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପଳ ନିର୍ଦେଶ ଦେଇଛନ୍ତି ।

By

Published : Jun 25, 2019, 1:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ବୈଠକରେ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବୈଠକରେ ଲୋକସଭା ନିର୍ବାଚନ ଆଚରଣ ବିଧି ପାଇଁ ଅଟକି ରହିଥିବା ପ୍ରକଳ୍ପ ସବୁର ସମୀକ୍ଷା କରାଯାଇଛି । ଯେଉଁ ପ୍ରକଳ୍ପର ସନ୍ତୋଷଜନକ ଅଗ୍ରଗତି ହୋଇନାହିଁ ସେହି ପ୍ରକଳ୍ପ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଜିଲ୍ଲାପାଳ ତାଗିଦ କରିଥିଲେ । ବିଶେଷକରି ବିଭିନ୍ନ ବ୍ଲକ ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପଳ ନିର୍ଦେଶ ଦେଇଛନ୍ତି ।

ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟ ସମ୍ପାଦନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରୁ ଦୁଇଦୁଇ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ହେବା ପରେ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷାରୁ ଜଣାପଡିଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details