ଓଡିଶା

odisha

ETV Bharat / state

ଜୈବିକ ଚାଷ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଉଛି କୃଷି ବିଜ୍ଞାନ କେନ୍ଦ୍ର

ସୁବର୍ଣ୍ଣପୁରରେ ଚାଷୀଙ୍କୁ ଜୈବିକ ଚାଷ ପାଇଁ ପ୍ରୋତ୍ସାହନ । ଏନେଇ ବିଭିନ୍ନ ତାଲିମ ଶିବିର ଆୟୋଜିତ କରାଯାଇ ଚାଷୀଙ୍କୁ ସଚେତନ କରାଯାଉଛି । ଅଧିକ ପଢନ୍ତୁ...

ଜୈବିକ ଚାଷ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କୁ ଦିଆଯାଉଛି ପ୍ରୋତ୍ସାହନ
ଜୈବିକ ଚାଷ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କୁ ଦିଆଯାଉଛି ପ୍ରୋତ୍ସାହନ

By

Published : Oct 6, 2021, 12:56 PM IST

ସୁବର୍ଣ୍ଣପୁର:ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ବେଶ୍ ଗୁରୁତ୍ବାରୋପ କରାଯାଉଛି । ଚାଷୀମାନଙ୍କୁ ଜୈବିକ ସାର ପ୍ରୟୋଗ କରି ଚାଷ କାର୍ଯ୍ୟ କରିବା ପାଇଁ ସଚେତନ କରାଯାଉଛି । ଜୈବିକ ଖତ ପ୍ରୟୋଗରେ ଉତ୍ପାଦିତ ହେଉଥିବା ପନିପରିବା, ଧାନ, ତୈଳବୀଜ ତଥା ଡାଲିଜାତୀୟ ଶସ୍ୟ ଶରୀର ପାଇଁ ବେଶ୍ ଉପଯୋଗୀ । ଏ ସମ୍ପର୍କରେ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି କୃଷି ବିଜ୍ଞାନ କେନ୍ଦ୍ର ।

ଜୈବିକ ଚାଷ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କୁ ଦିଆଯାଉଛି ପ୍ରୋତ୍ସାହନ

ନିର୍ଦ୍ଦିଷ୍ଟ ଅନ୍ତରରେ ସୁବର୍ଣ୍ଣପୁରର ଚାଷୀମାନଙ୍କୁ ନେଇ ତାଲିମ ଶିବିର ଆୟୋଜିତ ହେଉଛି । ଏଠାରେ ଚାଷୀଙ୍କୁ ବିଭିନ୍ନ ପ୍ରକାରର କୃଷି ପଦ୍ଧତିରେ ବିଭିନ୍ନ ପରିମାଣର ଜୈବିକ ଖତ ପ୍ରୟୋଗ ସମ୍ପର୍କରେ ପରାମର୍ଶ ଦିଆଯାଉଛି । ସେହିପରି ରାଜ୍ୟ ସରକାରଙ୍କ ସହାୟତାରେ ମୃତ୍ତିକା ପରୀକ୍ଷଣ ଭ୍ୟାନ ବିଭିନ୍ନ ଗାଁକୁ ଯାଇ ମୃତ୍ତିକା ପରୀକ୍ଷଣ କରୁଛନ୍ତି । ମାଗଣାରେ ଚାଷୀଙ୍କ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ କେଉଁ ମୃତ୍ତିକାରେ ଓ କେତେ ଜଳର ଉପଯୋଗରେ କେଉଁ ଚାଷକାର୍ଯ୍ୟ କରାଯାଇପାରିବ ସେନେଇ ସଚେତନ କରାଯାଉଛି ।

ଦେୟମୁକ୍ତ ମୃତ୍ତିକା ପରୀକ୍ଷଣ ସାଙ୍ଗକୁ ଚାଷୀଙ୍କୁ ମାଗଣାରେ ରିପୋର୍ଟ ଦିଆଯାଉଛି । ଫଳରେ କୃଷି ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି ପାଇବ ବୋଲି କୃଷି ବୈଜ୍ଞାନିକ ଓ କୃଷି କର୍ମଚାରୀମାନେ ଆଶା ପୋଷଣ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details