ଓଡିଶା

odisha

ETV Bharat / state

ପଞ୍ଜିକରଣ ପାଇଁ ସାମାଜିକ ଦୂରତ୍ୱ ଭୁଲିଗଲେ ଶ୍ରମିକ - social distance

ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ ଏବେ ଭଙ୍ଗ କରିଛି ସାମାଜିକ ଦୂରତା ନିୟମ । କୋରୋନା ମହାମାରୀ ସମୟରେ ଶହ ଶହ ଶ୍ରମିକ ପଞ୍ଜିକରଣ ଆସି ପ୍ରବଳ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପଞ୍ଜିକରଣ ପାଇଁ ସାମାଜିକ ଦୂରତ୍ୱ ଭୁଲିଗଲେ ଶ୍ରମିକ
ପଞ୍ଜିକରଣ ପାଇଁ ସାମାଜିକ ଦୂରତ୍ୱ ଭୁଲିଗଲେ ଶ୍ରମିକ

By

Published : Jul 10, 2020, 2:47 PM IST

Updated : Jul 10, 2020, 3:19 PM IST

ସୁବର୍ଣ୍ଣପୁର: ଜିଲ୍ଲା ଶ୍ରମ ବିଭାଗରେ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ହଜିଯାଇଛି ସାମାଜିକ ଦୂରତ୍ୱ। ଶ୍ରମିକମାନେ ସବୁକିଛି ଭୁଲି ଶ୍ରମ ବିଭାଗରେ ପଞ୍ଜିକରଣ ପାଇଁ ହଜାର ହଜାର ସଂଖ୍ୟାରେ ପହଞ୍ଚୁଛନ୍ତି। ସେପଟେ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କୁ ସମ୍ଭାଳିବା କଷ୍ଟସାଧ୍ୟ ହୋଇ ପଡୁଛି।

ପଞ୍ଜିକରଣ ପାଇଁ ସାମାଜିକ ଦୂରତ୍ୱ ଭୁଲିଗଲେ ଶ୍ରମିକ

ଜିଲ୍ଲାରେ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ବିବାହ ସହାୟତା, ଶିକ୍ଷା ସହାୟତା ଓ ମାତୃତ୍ୱ ସହାୟତା ଆଦି ସରକାରୀ ସହଯୋଗ ପ୍ରଦାନ କରାଯାଉଛି। ଫଳରେ ଶ୍ରମିକମାନେ ନିଜ ପଞ୍ଜିକରଣ ପାଇଁ ଶ୍ରମ ବିଭାଗକୁ ଧାଇଁ ଆସୁଛନ୍ତି । ଜିଲ୍ଲାରେ ପ୍ରାୟ 88 ହଜାର ଶ୍ରମିକ ପଞ୍ଜିକରଣ କରିଛନ୍ତି । 60 ହଜାର 441 ଜଣଙ୍କୁ କୋଭିଡ ସହାୟତା ପାଇଁ ଶ୍ରମ ବିଭାଗ ତାଲିକା କରାଯାଇଛି । 58 ହଜାର ଶ୍ରମିକମାନଙ୍କୁ 1500 ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରାଯାଇଛି।

ଅନ୍ୟପଟେ ଶ୍ରମ ଅଧିକାରୀ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ନାମ ପଞ୍ଜିକରଣ କରିବା ପାଇଁ ଶ୍ରମିକ ମାନଙ୍କୁ ଅନୁରୋଧ କରିଥିବା କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 10, 2020, 3:19 PM IST

ABOUT THE AUTHOR

...view details