ସୁବର୍ଣ୍ଣପୁର: ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ । ଏ ଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପଞ୍ଚମହଲା ଗାଁରେ ଘଟିଛି ।
ବିଷଧର ସାପ କାମୁଡାରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଁର ଗୋପାଳ ଜଗଦଲାଙ୍କ ଦୁଇ ଝିଅ 23 ବର୍ଷୀୟ ଅର୍ଚ୍ଚିତା ଓ ସାନ ଝିଅ 12 ବର୍ଷୀୟ ନିକିତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ଦୁଇ ଭଉଣୀ ବାପା ମାଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ ଅର୍ଚ୍ଚିତାଙ୍କ କାନ ଏବଂ ନିକିତାଙ୍କ ଗୋଡକୁ କାମୁଡି ଦେଇଥିଲା ।