ଓଡିଶା

odisha

By

Published : Nov 2, 2021, 4:53 PM IST

ETV Bharat / state

ଦରବୃଦ୍ଧି ପ୍ରତିବାଦରେ ରାସ୍ତାରେ ଚୁଲି ଜାଳିଲେ ଆନ୍ଦୋଳନକାରୀ

ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ଓ ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ମିଳିତ ଭାବରେ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜରାସ୍ତାରେ ଚୁଳି ଜାଳି ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ଦୁଇଟି ସଂସ୍ଥାର ସଦସ୍ୟ । ଅଧିକ ପଢ଼ନ୍ତୁ...

ଦର ବୃଦ୍ଧିର ପ୍ରତିବାଦରେ ରାସ୍ତାରେ ଚୁଲି ଜାଳିଲେ ଆନ୍ଦୋଳନକାରୀ
ଦର ବୃଦ୍ଧିର ପ୍ରତିବାଦରେ ରାସ୍ତାରେ ଚୁଲି ଜାଳିଲେ ଆନ୍ଦୋଳନକାରୀ

ସୁବର୍ଣ୍ଣପୁର: ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ଓ ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ମିଳିତ ଭାବରେ ଆଜି ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜରାସ୍ତାରେ ଚୁଳି ଜାଳି ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ଦୁଇଟି ସଂସ୍ଥାର ସଦସ୍ୟ । ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ଅନେକ ମହିଳା ଏହି ଆନ୍ଦୋଳନରେ ଆଜି ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଭତ୍ସର୍ନା କରିଛନ୍ତି ।

ଦର ବୃଦ୍ଧିର ପ୍ରତିବାଦରେ ରାସ୍ତାରେ ଚୁଲି ଜାଳିଲେ ଆନ୍ଦୋଳନକାରୀ

ଅତି ଅଭିନବ ଉପାୟରେ ଏହି ମହିଳାମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ରାଜରାସ୍ତାରେ ଚୁଲି ଜାଳି ସେଥିରୁ ଚା’ ତିଆରି କରି ସେହି ବାଟ ଦେଇ ଯାଉଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ ଆନ୍ଦୋଳନକାରୀ ମହିଳା । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ଦର ନିୟନ୍ତ୍ରଣ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମହିଳାଙ୍କ ଦୈନନ୍ଦିନ ତେଜରାତି ଓ ଇନ୍ଧନ ଖର୍ଚ୍ଚରେ ବର୍ଷକ ଭିତରେ ପ୍ରାୟ 30 ରୁ 40 ପ୍ରତିଶତ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଦର ନିୟନ୍ତ୍ରଣ କରିବା ସହିତ ରୋଷେଇ ଦ୍ରବ୍ୟର ଦର ହ୍ରାସ କରିବା ପାଇଁ ମହିଳାମାନେ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details