ସୁବର୍ଣ୍ଣପୁର:ଜିଲ୍ଲାର ଆୟୁଷ ଡାକ୍ତର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ସଂଘର ଦାବି ଉପସ୍ଥାପନ କରାଯାଇଛି । ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ ସଭାପତି ଆଲୋକ ରଂଜନ ପଣ୍ଡାଙ୍କ ନେତୃତ୍ବରେ ଡାକ୍ତରମାନେ ଜିଲ୍ଲା ପ୍ରଶାସନ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ଗୁଡିକରେ ଦୀର୍ଘ 14 ବର୍ଷ ହେଲା ଏହି ଡାକ୍ତରମାନେ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା କରି ଆସୁଛନ୍ତି । ବିଭିନ୍ନ ସମୟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି । ହେଲେ ରାଜ୍ୟ ସରକାର ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କ ଦାବିକୁ ଶୁଣୁ ନ ଥିବା ଅଭିଯୋଗ ହେଉଛି । ତେବେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ ସରକାରୀ ନିଯୁକ୍ତି ନ ଦେଲେ ଆଗାମା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।