ଓଡିଶା

odisha

ETV Bharat / state

ବେଆଇନ ମଦ ବିକ୍ରିକୁ ବିରୋଧ, ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା - ବିନିକା ଥାନା ଘେରାଓ କଲେ ମହିଳା

ସୁବର୍ଣ୍ଣପୁରରେ ବେଆଇନ ମଦ କାରବାରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ଅଧିକ ପଢନ୍ତୁ...

ବେଆଇନ ମଦ ବିକ୍ରିକୁ ବିରୋଧ, ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା
ବେଆଇନ ମଦ ବିକ୍ରିକୁ ବିରୋଧ, ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା

By

Published : Jun 15, 2021, 12:27 PM IST

ସୁବର୍ଣ୍ଣପୁର: ବେଆଇନ ମଦ କାରବାରକୁ ବିରୋଧ କରି ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା । ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର 12 ନମ୍ବର ୱାର୍ଡ ନୂଆଁପାଲି ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱରେ ଗାଁର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ବେଆଇନ ମଦ ବିକ୍ରିକୁ ବିରୋଧ, ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା

ଗାଁରେ ବେଆଇନ ଭାବେ ବ୍ୟାପକ ପରିମାଣରେ ଦେଶୀ ମଦ କାରବାର ହେଉଥିବାରୁ ସାମାଜିକ ସୌହାର୍ଦ୍ଧ୍ୟ ନଷ୍ଟ ହେବା ସହିତ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମଦପିଇ ପଥ ଭ୍ରଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ । ମଦ ଯୋଗୁଁ ପରିବାର ମଧ୍ୟରେ ଝଗଡା ହେବା ସହିତ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଆନ୍ଦୋଳନକାରୀ ମହିଳାମାନେ ଅଭିଯୋଗ କରିଛନ୍ତି । ଗାଁରେ ସୁସ୍ଥ ପରିବେଶ ସୃଷ୍ଟି କରିବା ସହିତ ଏହି ବେଆଇନ ମଦ କାରବାର ବନ୍ଦ କରିବା ପାଇଁ 4 ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ସେହିପରି । ମଦ ବିକ୍ରିଥିବା ଗାଁର ଜୟରାମ ମଲ୍ଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ମଦ ବିକ୍ରି ବନ୍ଦନହେଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ମହିଳା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details