ଓଡିଶା

odisha

ETV Bharat / state

ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯାଗ, ପ୍ରଶାସନର ନାହିଁ ଦେଖା - subarnapur latest news

ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯୋଗ । ମେଣ୍ଢାପାଳକ କପିଳ ଜଙ୍ଗଲ ବିଭାଗ , ପଶୁ ପାଳନ ବିଭାଗ ଓ ରାଜସ୍ବ ବିଭାଗକୁ ମେଣ୍ଢା ମୃତ୍ୟୁ ଖବର ଦେଇଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ବିଭାଗରୁ ଏହାର ତଦନ୍ତ କରିବା ପାଇଁ କେହି ପହଞ୍ଚି ନାହାଁନ୍ତି ।

ମେଣ୍ଢା ମୃତ୍ୟୁ

By

Published : Nov 12, 2019, 8:31 PM IST

ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣ । ଏନେଇ ଗାଁ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ଖେଳି ଯାଇଛି । ଗତକାଲି ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁଡଙ୍କ 25ଟି ମେଣ୍ଢାର ମୃତ୍ୟୁ ହୋଇଛି । 10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଛନ୍ତି ।

ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଅଭିଯୋଗ

ସେହିପରି ଅଜଣା ଜଙ୍ଗଲୀ ଜନ୍ତୁର ଆକ୍ରମଣରେ 2 ଦିନତଳେ କୁମୁର ସିଂହାର ପଡୋଶୀ ଗାଁ ନୂଆଗଡ ଓ ଫୁଲଚରାରେ 2ଟି ମେଣ୍ଢାର ମୃତ୍ୟୁ ହୋଇଥିଲା । ମେଣ୍ଢାପାଳକ କପିଳ ଜଙ୍ଗଲ ବିଭାଗ, ପଶୁ ପାଳନ ବିଭାଗ ଓ ରାଜସ୍ବ ବିଭାଗକୁ ମେଣ୍ଢା ମୃତ୍ୟୁ ଖବର ଦେଇଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ବିଭାଗରୁ ଏହାର ତଦନ୍ତ କରିବା ପାଇଁ କେହି ପହଞ୍ଚି ନାହାଁନ୍ତି ।

ଗତକାଲି ରାତିରେ କପିଳଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି 52ଟି ମେଣ୍ଢାରୁ 25ଟି ମେଣ୍ଢାକୁ ଭୟଙ୍କର ଭାବେ ଆକ୍ରମଣ କରିଥିଲାବେଳେ ଗୁହାଳରେ ଥିବା ସମସ୍ତ ମେଣ୍ଢାମାନଙ୍କୁ ଆକ୍ରମଣ କରିଥିବା ମେଣ୍ଢାପାଳକ କପିଳ ଅଭିଯୋଗ କରିଛନ୍ତି ।

ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବା ବେଳେ ଏହାର ନିରାକରଣ ପାଇଁ ଗାଁଲୋକେ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡିଛନ୍ତି । ହେଲେ ଏଯାଏଁ କୌଣସି ସରକାରୀ ଅଧିକାରୀ କୌଣସି ପଦକ୍ଷେପ ନିଆଯାଇ ନାହିଁ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details