ସୁବର୍ଣ୍ଣପୁର:ଜିଲ୍ଲାର ବୀରମହାରାଜପୁର ପୋଲିସ ସେକ୍ସ ରାକେଟରେ ସଂପୃକ୍ତ ଥିବା ୨ ଜଣ ଗ୍ରାହକକୁ ଆଜି(ଶୁକ୍ରବାର) କୋର୍ଟ ଚାଲାଣ କରିଛି । ୨ ଜଣ ଦେହଜୀବୀଙ୍କ ସହ ୨ଜଣ ଯୁବକଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।
ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବୀରମହାରାଜପୁର ଛକରୁ ୨ଜଣ ଯୁବତୀଙ୍କ ସହ ୨ ଜଣ ଯୁବକଙ୍କୁ ପୋଲିସ ଅଟକାଇଥିଲା । ଗିରଫ ଯୁବକ ଦୁଇଜଣ ଦେହ ବ୍ୟବସାୟ କାରବାରରେ ସଂପୃକ୍ତ ଥିବା ପୋଲିସ ଆଗରୁ ଜାଣିଥିବା ବେଳେ ତାଙ୍କୁ ପଚରାଉଚୁରା କରିବା ପରେ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା । ତେବେ ଯୁବତୀ ଦୁଇ ଜଣ ଭୁବନେଶ୍ବର ଅଞ୍ଚଳର ବୋଲି ପୋଲିସ ଜାଣିପାରିଛି । ଯୁବତୀମାନଙ୍କୁ ଏହି ଅଞ୍ଚଳକୁ ଆଣି ଦେହ କାରବାର ଚଳାଉଥିବା ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।