ଓଡିଶା

odisha

ETV Bharat / state

ଲୋକଙ୍କୁ ମାଡ ମାରି ଫୋନ ପେ ମାଧ୍ୟମରେ ଲୁଟ୍, 3 ଗିରଫ - ତିନି ଜଣ ଅଭିଯୁକ୍ତ ଗିରଫ କଲା ସୁବର୍ଣ୍ଣପୁର ପୋଲିସ

ସୁବର୍ଣ୍ଣପୁରରେ ଦୁଇଟି ପୃଥକ ପୃଥକ ଲୁଟପାଟ ଘଟଣା । ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଦୁଇଟି ପୃଥକ ପୃଥକ ଲୁଟପାଟ ଘଟଣା
ସୁବର୍ଣ୍ଣପୁରରେ ଦୁଇଟି ପୃଥକ ପୃଥକ ଲୁଟପାଟ ଘଟଣା

By

Published : Apr 8, 2023, 8:09 AM IST

ସୁବର୍ଣ୍ଣପୁରରେ ଦୁଇଟି ପୃଥକ ପୃଥକ ଲୁଟପାଟ ଘଟଣା

ସୁବର୍ଣ୍ଣପୁର: ହାଇଟେକ ହେଲେଣି ଅପରାଧୀ । ନିରୀହ ଲୋକଙ୍କୁ ଭୟଭୀତ ଓ ମାରପିଟ୍ କରି ଜୋର ଜବରଦସ୍ତ ଫୋନେ ପେ' ମାଧ୍ୟମରେ କରୁଛନ୍ତି ଲୁଟ୍ । ହାଇଟେକ୍ ଯୁଗରେ ନିଜକୁ ଅପଡେଟ କରି ଲୁଟିବାର ନୂଆ ନୂଆ ଫଣ୍ଡା ଖୋଜୁଛନ୍ତି ଲୁଟେରା । ପୋଲିସର ନାକ ତଳେ ଦୁର୍ବୃତ୍ତମାନେ ନିରୀହ ଲୋକଙ୍କୁ ଲୁଟପାଟ କରିବା ସହିତ ମାଡ ମାରିବାକୁ ପଛାଉ ନାହାନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ । ଏଠାରେ ପୋଲିସ ଦୁଇଟି ପୃଥକ ପୃଥକ ଲୁଟପାଟ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କରିବାରେ ସଫଳ ହୋଇଛି । ତେବେ ସ୍ଥାନୀୟ କିଛି ଅସାମାଜିକ ଲୋକଙ୍କ ସୂଚନା ଓ ସହଯୋଗ ପାଇ ଅପରାଧିମାନେ ବାହାର ଜିଲ୍ଲାରୁ ବି ଆସି ଏପରି କାର୍ଯ୍ୟ ଘଟାଇ ଫେରାର୍ ମାରୁଛନ୍ତି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁରରେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଲୁଟେରା ମାଡ ଦେଇ ତାଙ୍କ ଠାରୁ ପଇସା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଗତକାଲି(ଗୁରୁବାର) ଦୁଇଟି ଲୁଟପାଟ ଘଟଣାରେ ପୋଲିସ ସହରର ତିନି ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ 5ହଜ଼ାର 310 ଟଙ୍କା ସହିତ ଗୋଟିଏ ମୋବାଇଲ ଓ ଗୋଟିଏ ଷ୍ଟିଲ ରଡ଼ ଜବତ କରିଛି ।

ଗୁରୁବାର ପାଖାପାଖି 2ଟା ସମୟରେ ମହେନ୍ଦ୍ର କର୍ଣ୍ଣ ନାମକ ଜଣେ ବ୍ୟକ୍ତିଙ୍କୁ ସହରର ରାମେଶ୍ୱର ମନ୍ଦିର ନିକଟରେ ଅଟକାଇ ଦୁର୍ବୁତ୍ତମାନେ ଟଙ୍କା ମାଗିଥିଲେ । ମହେନ୍ଦ୍ର ଟଙ୍କା ନଥିବା କଥା କହିବାରୁ ତାକୁ ମାରଧର୍ କରି ଜୋର ଜବରଦସ୍ତ ଫୋନ ପେ ମାଧ୍ୟମରେ 5,000 ଟଙ୍କା ଲୁଟ କରିଥିଲେ । ସେହିପରି ସହରର ସର୍କିଟ ହାଉସ ନିକଟରେ ଅନ୍ୟ ଜଣେ ବ୍ୟକ୍ତି ବିକାଶ ମଟାରିଙ୍କ ପାଖରୁ 2200 ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ସହିତ 20 ପିସ୍ ଲୁହା ରଡ଼ ଲୁଟ କରି ଫେରାର ମାରିଥିଲେ ।

ପୋଲିସ ଲିଖିତ ଏତଲା ପାଇବା ପରେ ଦୁଇ ଘଟଣାର ଅନୁସନ୍ଧାନ କରି ସହରର ସୁମିତ କଠାରୀ, ବିକାଶ ଡୁଙ୍ଗୁରିଆ ଓ ଆଶିଷ ବେହେରାକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଶୁକ୍ରବାର ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବା ସହ ଏହି ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଥିବା କହିଛି ପୋଲିସ । ଏହାସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details