ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ସହରରେ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଦାବି - ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର ସହରରେ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଦାବି
ସୁବର୍ଣ୍ଣପୁର ସହରରେ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଦାବି

By

Published : Mar 14, 2022, 2:11 PM IST

ସୁବର୍ଣ୍ଣପୁର: ସହରରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦାବି କରିଛନ୍ତି । ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବିକାଶର ଧାରା ଜାରି ରହିଥିବା ବେଳେ ଏକ ଏୟାରଷ୍ଟ୍ରିପ ନିର୍ମାଣ ଓ ସମ୍ବଲପୁର-ଗୋପାଳପୁର ରେଳପଥ ସୁବର୍ଣ୍ଣପୁର ସହର ଦେଇ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁର ସହରରେ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଦାବି

ସମ୍ବଲପୁର-ଗୋପାଳପୁର ରେଳପଥ ନିର୍ମାଣ ପାଇଁ କେନ୍ଦ୍ରିୟ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଥିବା ବେଳେ ତାହା ସମ୍ବଲପୁର-ରେଢାଖୋଲ-ବୌଦ୍ଧ ଦେଇ ଗୋପାଳପୁର ପର୍ଯ୍ୟନ୍ତ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ରେଳପଥକୁ ସମ୍ବଲପୁରରୁ ସୁବର୍ଣ୍ଣପୁର ଦେଇ ବୌଦ୍ଧ ସହରକୁ ସଂଯୋଗ କରି ଗୋପାଳପୁର ପର୍ଯ୍ୟନ୍ତ ନେବା ପାଇଁ ଦାବି କରିଛନ୍ତି ।

ତେବେ ରେଳପଥ ଓ ଆକାଶ ପଥରେ ଗମନାଗମନ ବ୍ୟବସ୍ଥା ହେଲେ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହେବ ବୋଲି ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି । ଆଜି ବରିଷ୍ଠ ନାଗରିକ ସଂଘର ସଭାପତି ସିତାଂଶୁ ମିଶ୍ରଙ୍କ ନେତୃତ୍ବରେ ସଂଘର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details