ସୁବର୍ଣ୍ଣପୁର: ମା' ସୁରେଶ୍ବରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଭାନେତ୍ରୀ ରୀତାଞ୍ଜଳୀ ପାତ୍ରଙ୍କ ନେତୃତ୍ବରେ ମହିଳା ସଦସ୍ୟାମାନେ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମାକ୍ସ, ସାନିଟାଇଜର ଓ ସାବୁନ ଆଦି ପ୍ରଦାନ କରିଥିଲେ । ଏହା ସହିତ ଅନ୍ତେବାସୀମାନଙ୍କୁ କିଛି ଜଳଖିଆ ମଧ୍ୟ ଦିଆଯାଇଛି ।
କୋରୋନା ପାଇଁ କୃଷ୍ଠାଶ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଚେତନତା କାର୍ଯ୍ୟକ୍ରମ - କୃଷ୍ଣାଶ୍ରମ
ସୁବର୍ଣ୍ଣପୁର ମା' ସୁରେଶ୍ବରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ । ମହିଳା ସଦସ୍ୟାମାନେ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମାକ୍ସ, ସାନିଟାଇଜର , ସାବୁନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପାଇଁ କୃଷ୍ଣାଶ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଚେତନତା କାର୍ଯ୍ୟକ୍ରମ
କୋରୋନା ପାଇଁ କୃଷ୍ଣାଶ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଚେତନତା କାର୍ଯ୍ୟକ୍ରମ
କୋରୋନା ଭୂତାଣୁର ଭୟାବହତା ସମର୍କରେ ବୁଝାଇବା ସହିତ ସଂକ୍ରମଣ ରୋକିବା ପାଇଁ ହାତଧୋଇବା, ସାନିଟାଇଜର ବ୍ୟବହାର କରିବା, ମାକ୍ସ ପରିଧାନ କରିବା ପାଇଁ ଅନୁରୋଧ କରିଥିଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସଦସ୍ୟାମାନଙ୍କ ସମେତ ପୌର ପରିଷଦର କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ