ଓଡିଶା

odisha

ETV Bharat / state

ବିଭିନ୍ନ ମୁଦ୍ରାରେ ଜାତୀୟ ସଙ୍ଗୀତ ପରିବେଶଷଣ କରୁଛନ୍ତି ଦିବ୍ୟାଙ୍ଗ ଛାତ୍ର - ଜାତୀୟ ସଙ୍ଗୀତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗାଁର ଭିନ୍ନକ୍ଷମ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ଜାତୀୟ ସଙ୍ଗୀତରେ ବିଭିନ୍ନ ପ୍ରକାର ମୁଦ୍ରା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।

ଦେଖନ୍ତୁ, ବିଭିନ୍ନ ମୁଦ୍ରା ମାଧ୍ୟମରେ କିପରି ଜାତୀୟ ସଙ୍ଗୀତ ପରିବେଶଷଣ କରୁଛନ୍ତି ଦିବ୍ୟାଙ୍ଗ ଛାତ୍ର
ଦେଖନ୍ତୁ, ବିଭିନ୍ନ ମୁଦ୍ରା ମାଧ୍ୟମରେ କିପରି ଜାତୀୟ ସଙ୍ଗୀତ ପରିବେଶଷଣ କରୁଛନ୍ତି ଦିବ୍ୟାଙ୍ଗ ଛାତ୍ର

By

Published : Aug 17, 2020, 10:04 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗାଁର ଭିନ୍ନକ୍ଷମ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ଜାତୀୟ ସଙ୍ଗୀତରେ ବିଭିନ୍ନ ପ୍ରକାର ମୁଦ୍ରା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଛାତ୍ର ଜଣକ ହେଉଛନ୍ତି ଏହି ଗାଁର ରୀତିକ ପଣ୍ଡା ।

ଦେଖନ୍ତୁ, ବିଭିନ୍ନ ମୁଦ୍ରା ମାଧ୍ୟମରେ କିପରି ଜାତୀୟ ସଙ୍ଗୀତ ପରିବେଶଷଣ କରୁଛନ୍ତି ଦିବ୍ୟାଙ୍ଗ ଛାତ୍ର

ସେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ରୀତିକ ବାକଶକ୍ତି ଓ ଶ୍ରବଣ ବାଧିତ ଛାତ୍ର । ତାଙ୍କୁ ଏବେ 9 ବର୍ଷ ବୟସ ହୋଇଥିବା ବେଳେ ଗତ 3 ବର୍ଷ ତଳେ ଏହି ଦିବ୍ୟାଙ୍ଗ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାଁ ଲେଖାଇଥିଲେ।ତାଙ୍କର ଏହି sign languageର ଜାତୀୟ ସଙ୍ଗୀତ ଭିଡ଼ିଓଟି ହଜାର ହଜାର ଦର୍ଶକ ମୋବାଇଲରେ ଦେଖି ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଭିନ୍ନ ଭାବେ ସକ୍ଷମ ଏପରି ପିଲାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରଦାନ କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details