ଓଡିଶା

odisha

By

Published : Apr 15, 2021, 6:08 PM IST

ETV Bharat / state

ବିଦ୍ୟାଳୟକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର ସହରର ପ୍ୟାଲେସ ଗାର୍ଡେନ ଲେନରେ ଥିବା ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟକୁ ସିଲ କରି ଦିଆଯାଇଛି। ଅଧିକ ପଢନ୍ତୁ...

ବିଦ୍ୟାଳୟକୁ ସିଲ୍ କଲା ଜିଲ୍ଲା ପ୍ରଶାସନ
ବିଦ୍ୟାଳୟକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ପ୍ୟାଲେସ ଗାର୍ଡେନ ଲେନରେ ଥିବା ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟକୁ ସିଲ କରି ଦିଆଯାଇଛି। ବିଦ୍ୟାଳୟ କତ୍ତୃପକ୍ଷ ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରଚଳିତ କୋଭିଡ ନିୟମାବଳୀର ଉଲଂଘନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ଓ ସ୍କୁଲ ପରିସରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଥିବାବେଳେ ଅନୁଷ୍ଠାନ କତ୍ତୃପକ୍ଷଙ୍କୁ 50 ହଜାର ଜୋରିମାନା କରାଯାଇଛି l

ବିଦ୍ୟାଳୟକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ଏହି ଆବାସିକ ଉଚ୍ଚ ବିଦ୍ୟାଳୟ କତ୍ତୃପକ୍ଷ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ଲାଇନକୁ ଉଲଙ୍ଘନ କରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଅଫଲାଇନ ମାଧ୍ୟମରେ ଶିକ୍ଷାଦାନ ଦେଉଥିବାବେଳେ ସାମାଜିକ ଦୂରତ୍ୱକୁ ମଧ୍ୟ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଥିଲା । ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ତୁଲକୁ ସିଲ୍ କରି ଦିଆଯାଇଛି।

ଉପଜିଲ୍ଲାପାଳ ସୋନପୁର, କାର୍ଯ୍ୟନିଵାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି, ସବ ଇନ୍ସପେକ୍ଟର, ସୋନପୁର ଟାଉନ ଥାନା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବରିଷ୍ଠ କିରାଣୀ ବିଦ୍ୟାଳୟ ଉପରେ ଚଢ଼ାଉ କରି ସମୀକ୍ଷା ପରେ ସ୍କୁଲ କତ୍ତୃପକ୍ଷଙ୍କୁ କୋଭିଡ ନିୟମ ଉଲଙ୍ଘନ ନିମନ୍ତେ 50 ହଜାର ଟଙ୍କା ଜୋରିମାନା କରିଛନ୍ତି । ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ନେତୃତ୍ୱରେ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details