ଓଡିଶା

odisha

ETV Bharat / state

ଶ୍ରାବଣ ପ୍ରଥମ ସୋମବାର; ଶୈବପୀଠରେ ସୁବର୍ଣ୍ଣପୁରବାସୀଙ୍କ ଜଳାଭିଷେକ

ଶ୍ରାବଣର ପ୍ରଥମ ସୋମବାର। ବିଭିନ୍ନ ଶୈବପୀଠରେ ପ୍ରଭୁ ଶିବଙ୍କୁ ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ ଓ କାଉଡିଆମାନେ। ସୁବର୍ଣ୍ଣପୁରର ବିଭିନ୍ନ ଶୈବପୀଠରେ ଭୋଳାବାବା ଓ ବୋଲବମରେ ପ୍ରତିଧ୍ବନିତ୍ବ ହୋଇଥିଲା।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 22, 2019, 1:34 PM IST

ସୁବର୍ଣ୍ଣପୁର: ଆଜି ଶ୍ରାବଣର ପ୍ରଥମ ସୋମବାର । ବିଭିନ୍ନ ଶୈବପୀଠରେ ଜଳାଲାଗି କରିଛନ୍ତି ଶହଶହ ଶ୍ରଦ୍ଧାଳୁ । ସୁବର୍ଣ୍ଣପୁରରେ ମଧ୍ୟ ଶ୍ରାବଣ ସୋମବାରରେ ଅଷ୍ଟଶମ୍ଭୁଙ୍କ ନିକଟରେ ପାଣି ଚଢାଇଛନ୍ତି କାଉଡିଆମାନେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସହରର ତେଲନଦୀ, କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ବାବା ରାମେଶ୍ବର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକର୍ଣ୍ଣେଶ୍ବର ଓ ପଶ୍ଚିମ ସୋମନାଥ ମନ୍ଦିରରେ ଜଳ ଅଭିଷେକ କରିଛନ୍ତି । ରାତ୍ରୀର ଦ୍ବିତୀୟ ପ୍ରହରରୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଲାଗିଥିବାର ଦେଖିବାକୁ ମିଳିଥିଲା । ରାତ୍ରୀର ଶେଷ ପ୍ରହରରେ ମନ୍ଦିରର କବାଟ ଖୋଲିବା ପରେ ଶ୍ରଦ୍ଧାଳୁମାନେ ବାବା ବୈଧନାଥଙ୍କୁ ପାଣି ଚଢାଇଥିଲେ ।

ସେହିପରି ତ୍ରିବେଣୀ ସଙ୍ଗମରୁ ଶ୍ରଦ୍ଧାଳୁ ଓ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦାର କପିଳେଶ୍ବର, ବଦ୍ୟନାଥର କୋଶଳେଶ୍ବର, ଚମ୍ପାପୁରର ଚମ୍ବେଶ୍ବର ଓ ଗୋଧନେଶ୍ବର ଆଦି ପ୍ରାଚୀନ ଶୈବପୀଠକୁ ଯାଇଥିଲେ । ତେବେ ତ୍ରିବେଣୀ ସଙ୍ଗମରୁ ପାଣି ନେଇ ରାମେଶ୍ବରଙ୍କ ମୁଣ୍ଡରେ ଢାଳିଲେ କୋଟି ଜନ୍ମର ପାପ ଧୋଇ ହୋଇ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।

ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଆଶ୍ରୟ ବ୍ୟବସ୍ଥା କରିବା ଓ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରିଛନ୍ତି ମନ୍ଦିର କମିଟି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details