ଓଡିଶା

odisha

By

Published : Jun 11, 2020, 7:33 AM IST

ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସରପଞ୍ଚ ଗିରଫ

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ପରେ ଅନ୍ଧାରିବାଞ୍ଜି ସରପଞ୍ଚଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ...

Sarpanch arrested for molesting young woman, molestation at quarantine center, Subarnapur news, ଯୁବତୀଙ୍କୁ ଅସଦାଚରଣ କରି ସରପଞ୍ଚ ଗିରଫ, ଅନ୍ଧାରିବାଞ୍ଜି ସରପଞ୍ଚ ବନମାଳି ସା
ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସରପଞ୍ଚ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ସଙ୍ଗରୋଧ ଗୃହରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଅନ୍ଧାରିବାଞ୍ଜି ସରପଞ୍ଚ ବନମାଳି ସାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସରପଞ୍ଚ ଗିରଫ

ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ କୋଇମ୍ବାଟୁରରୁ ଫେରି ଜଣେ ପ୍ରବାସୀ ଯୁବତୀ ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ତେବେ ସ୍ଥାନୀୟ ସରପଞ୍ଚ ଯୁବତୀ ଜଣଙ୍କୁ ଅସଦାଚରଣ କରିବା ସହ ଅଶ୍ଲୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଗତ ୭ ତାରିଖରେ ଯୁବତୀ ଜଣକ ଏକ ଭିଡିଓ ବାର୍ତ୍ତାରେ ସମସ୍ତ ଘଟଣା ସମ୍ପର୍କରେ କହିବା ସହ ମତେ ନ୍ୟାୟ ମିଳୁ ବୋଲି ଦାବି କରିଥିଲେ। ଏନେଇ ଯୁବତୀଙ୍କ ବାପା ରାମପୁର ଥାନାରେ ଳିଖିତ ଅଭିଯୋଗ ମଧ୍ୟ କରିଥିଲେ । ତେବେ ରାମପୁର ପୋଲିସ ତଦନ୍ତ କରି ଘଟଣାର ୩ ଦିନ ପରେ ସମ୍ପୃକ୍ତ ସରପଞ୍ଚକୁ ଗିରଫ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details