ସୁବର୍ଣ୍ଣପୁର: ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି । ଭିନ୍ନ ଭିନ୍ନ ପ୍ରକାରେ ହକି ଖେଳାଳିଙ୍କୁ ସଭିଏଁ ଉତ୍ସାହିତ କରିଛନ୍ତି । ଏଥିସହ ହକି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ରୀଡା ସଂଗଠନ,କ୍ରୀଡ଼ାବିତ ତଥା କ୍ରୀଡ଼ାପ୍ରେମୀ ଓ ସ୍ବେଚ୍ଛାସେବୀ ସଂଗଠନ ଗୁଡିକୁ ହକି ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ହକି ଟିକେଟ୍ ଥିଲେ ମୋ ବସରେ ମିଳିବ ଫ୍ରି ସେବା, ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍
ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପ ଟ୍ରଫିର କଳାକୃତି କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଧାନ କୁଣ୍ଡାରେ ହକି ଟ୍ରଫିର କଳାକୃତି କରାଯାଇଛି । ଆଜିଠାରୁ ପୁରୁଷ ହକି ବିଶ୍ୱକପ ଆରମ୍ଭ ହୋଇଥିବାବେଳେ ସାରା ଜିଲ୍ଲାରେ ଚାଳିଛି ଭଳି କିଭଳି କାର୍ଯ୍ୟକ୍ରମ । ତେବେ ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରକୁ ଆସି ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ୪ ହଜାର ୬ ଶହ ୮୨ ମିଟର ଜାଗାରେ ୧୦୦ ବସ୍ତା ଧାନ କୁଣ୍ଡାରେ ଏହି ନିଆରା କଳାକୃତି ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ । ଏହାକୁ ବିଶ୍ୱ ରେକର୍ଡରେ ସ୍ଥାନ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।