ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଜବର ଦଖଲ ଉଚ୍ଛେଦ କରାଯାଇଛି । ଜିଲ୍ଲାର ନବ ନିର୍ମିତ ଶିଶୁ ଓ ମାତୃ କେନ୍ଦ୍ର ରାସ୍ତା କଡରେ ଜବର ଦଖଲ କରି ରହୁଥିବା ପରିବାର ମାନଙ୍କୁ ସରକାରୀ ଜମିରୁ ହଟେଇ ଦିଆଯାଇଛି । ସ୍ପିନିଂ ମିଲ ଡି କଲୋନୀ ପଛ ପାଖରେ ନୂତନ ଭାବେ ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ର ତିଆରି କରାଯାଇଥିବା ବେଳେ ପ୍ରାୟ 20ରୁ ଅଧିକ ପରିବାର ରାସ୍ତା ପାର୍ଶ୍ବରେ ଜବର ଦଖଲ କରି ରହି ଆସୁଥିଲେ ।
ଜବରଦଖଲ ଉଚ୍ଛେଦ କଲା ପୌର ପରିଷଦ - ସରକାରୀ ଜମିରେ ରହୁଥିବା ପରିବାରକୁ ଉଚ୍ଛେଦ କଲା ସଦର ପୌର ପରିଷଦ
ସୁବର୍ଣ୍ଣପୁର ଜିଲ୍ଲାରେ ନବ ନିର୍ମିତ ଶିଶୁ ଓ ମାତୃ କେନ୍ଦ୍ର ରାସ୍ତା କଡରେ ଜବର ଦଖଲ କରି ରହୁଥିବା ପରିବାର ମାନଙ୍କୁ ସରକାରୀ ଜମିରୁ ହଟେଇଲା ଜିଲ୍ଲା ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ । ଅଧିକ ପଢନ୍ତୁ...

ସରକାରୀ ଜମିରେ ରହୁଥିବା ପରିବାରକୁ ଉଚ୍ଛେଦ କଲା ସଦର ପୌର ପରିଷଦ
ସରକାରୀ ଜମିରେ ରହୁଥିବା ପରିବାରକୁ ଉଚ୍ଛେଦ କଲା ସଦର ପୌର ପରିଷଦ
ତେବେ ପୂର୍ବରୁ 18 ଗୋଟି ପରିବାରକୁ ସଦର ତହସିଲଦାର ନୋଟିସ ଦେବା ପରେ ସେମାନେ ଜବର ଦଖଲ ଯାଗାକୁ ଛାଡି ଦେଇଥିଲେ । ହେଲେ କିଛି ଲୋକ ପ୍ରଶାସନିକ ନିର୍ଦେଶକୁ ବେଖାତିର କରିବାରୁ ଆଜି ମାଜିଷ୍ଟ୍ରେଟ ଓ ପୋଲିସ ସହାୟତାରେ ପୌର ପରିଷଦ ଜବର ଦଖଲ ଉଚ୍ଛେଦ କରିଛି । ତେବେ ଏହି ମହାମାରୀ ସମୟରେ ଏହି ପରିବାରଙ୍କୁ ଉଚ୍ଛେଦ କରାଯାଇଥିବାରୁ ସେମାନଙ୍କୁ ସହରର ଭିନ୍ନ ଏକ ଯାଗାରେ ଥଇଥାନ କରିବାକୁ ଦାବି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ