ଓଡିଶା

odisha

ETV Bharat / state

ଘରେ ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ - ଘରେ ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର ଜିଲ୍ଲା ବାଇଗଣଜୋରୀ ଗାଁରେ ସକାଳ ସମୟରେ ଏକ ଘରୁ ଚୋରି ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଧିକ ଖବର ପଢନ୍ତୁ...

ଘରେ ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ
ଘରେ ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ

By

Published : Feb 2, 2020, 1:23 AM IST

ସୁବର୍ଣ୍ଣପୁର: ଜିଲ୍ଲା ବାଇଗଣଜୋରୀ ଗାଁରେ ସକାଳ ସମୟରେ ଏକ ଘରୁ ଚୋରି ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଗାଁର ଶମ୍ଭୁ ପ୍ରସାଦ ଅଗ୍ରୱାଲଙ୍କ ଘରୁ ପାଞ୍ଚ ଭରି ସୁନାଗହଣା , କିଛି ପାଟଶାଢ଼ୀ ଓ ନଗଦ ପ୍ରାୟ ଲକ୍ଷେ ଟଙ୍କା ଦୁର୍ବୃତ୍ତ ମାନେ ଆଲମିରା ଭାଙ୍ଗି ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଘରେ ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ

ଶନିବାର ସକାଳୁ ଘର ଲୋକେ ବାଉଁଶୁଣି ଗାଁକୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଘରେ ପ୍ରାୟ 7ଟା ବେଳେ ପହଞ୍ଚିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଘରେ କେହି ନ ଥିବାର ସୁଯୋଗ ପାଇ ଦୁର୍ବୃତ୍ତମାନେ ଦିନରେ ଚୋରି କରି ନେଇଥିବା ପୋଲିସ ପାଖରେ ଅଭିଯୋଗ ହୋଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଏତେବଡ ଚୋରି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details