ସୁବର୍ଣ୍ଣପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ । ସୁବର୍ଣ୍ଣପୁର ସହରର ୟୁକୋ ବ୍ୟାଙ୍କରୁ ଚଞ୍ଚକତା କରି 19 ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ କିଛି ବ୍ୟକ୍ତି ନକଲି ସୁନା ବନ୍ଧକ ରଖି 19 ଲକ୍ଷ ଟଙ୍କା ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଆଉ ଋଣ ସୁଝି ନ ଥିଲେ । ତେବେ ବ୍ୟାଙ୍କ ଅଡିଟ ସମୟରେ ସୁନା ଋଣ ସବୁ ସମୀକ୍ଷା କରିବା ବେଳକୁ ଏହି ଘଟଣା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।
ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ଲୁଟି ନେଲେ 19 ଲକ୍ଷ - ୟୁକୋ ବ୍ୟାଙ୍କରୁ ଲୁଟ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ । ସୁବର୍ଣ୍ଣପୁର ସହରର ୟୁକୋ ବ୍ୟାଙ୍କରୁ ଚଞ୍ଚକତା କରି 19 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ବ୍ୟାଙ୍କକୁ ଚୁନ ଲଗାଇ ଠକିଲେ 19 ଲକ୍ଷ ଟଙ୍କା
ଏହି ଘଟଣାରେ ବିନିକା ବ୍ଳକ ଅଞ୍ଚଳରୁ ଚାରିଜଣ ଯୁବକ ଓ ବରଗଡ ଜିଲ୍ଲାର ଦୁଇ ଜଣ ଯୁବକ ସମ୍ପୃକ୍ତି ଥିବା ଜଣା ପଡିଛି । ନକଲି ସୁନା ବନ୍ଧକ ରଖି 19 ଲକ୍ଷ ଟଙ୍କା ଋଣ ନେଇ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଟଙ୍କା ଫେରାଇ ନ ଥିଲେ । କି ଋଣ ଟଙ୍କାର ସୁଧ ଦେଇ ନ ଥିଲେ । ତେବେ ସୁନା ଋଣ ସମୀକ୍ଷା ପରେ ସମ୍ପୁର୍ଣ୍ଣ ଘଟଣା ଜଣା ପଡିଥିଲା । ବ୍ୟାଙ୍କ ମ୍ୟାନେଜର ଏ ସମ୍ପର୍କରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୋନପୁର ପୋଲିସ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ