ଓଡିଶା

odisha

ETV Bharat / state

ରାତାରାତି ବୈଠକ, ସକାଳୁ ରାସ୍ତା କାମ ଆରମ୍ଭ - subarnapur latest news

୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା । ହେଲେ ମାସେ ନ ପୁରୁଣୁ ରାସ୍ତାର ବିଭିନ୍ନ ଜାଗାରେ ଗେଟି ଉଠି ଗଲା। ଠିକାଦାର ଓ ପୌର ପରିଷଦ ଯନ୍ତ୍ରୀଙ୍କ ସଲାସୁତୁରାରେ ବିକାଶ ମୂଳକ କାର୍ଯ୍ୟରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

road work immidiately stated in subarnapur
ରାତାରାତି ବୈଠକ ,ସକାଳୁ ରାସ୍ତା କାମ ଆରମ୍ଭ

By

Published : Aug 13, 2021, 6:19 PM IST

ସୁବର୍ଣ୍ଣପୁର:ସହରର ପଞ୍ଚରଥ ମନ୍ଦିରରୁ ବଡ ବଜ଼ାର ଯାଏଁ ଲମ୍ବିଥିବା ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମାସେ ତଳେ ତିଆରି ହୋଇଥିବା ଏହି ରାସ୍ତାରେ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ସହରର ମୁଖ୍ୟ ଛକ ବିଜୁ ପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପଯ୍ୟନ୍ତ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା । ହେଲେ ମାସେ ନ ପୁରୁଣୁ ରାସ୍ତାର ବିଭିନ୍ନ ଜାଗାରେ ଗେଟି ଉଠି ଗଲା। ଠିକାଦାର ଓ ପୌର ପରିଷଦ ଯନ୍ତ୍ରୀଙ୍କ ସଲାସୁତୁରାରେ ବିକାଶ ମୂଳକ କାର୍ଯ୍ୟରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।

ରାତାରାତି ବୈଠକ ,ସକାଳୁ ରାସ୍ତା କାମ ଆରମ୍ଭ

ରାସ୍ତାର ପୁରୁଣା କଂକ୍ରିଟ ଉଠା ଯାଇ ନୂତନ ଭାବେ ରାସ୍ତା ତିଆରି କରାଯାଇଥିଲା। ସେହିପରି ପୁରୁଣା ଡ୍ରେନ ଭାଙ୍ଗି ନୂତନ ଡ୍ରେନ ତିଆରି କରାଯାଇଥିଲା। ହେଲେ ନିମ୍ନ ମାନର ଦ୍ରବ୍ୟ ବ୍ୟବହାର କରାଯାଇ ଥିବାରୁ ରାସ୍ତାର ଅନେକ ଯାଗାରେ ଖାଲଖମା ସୃଷ୍ଟି ହେବା ସହିତ ରାସ୍ତାଟି ପୂର୍ବ ଅବସ୍ଥାକୁ ଫେରି ଆସିଥିଲା। ସହରର ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର କରାଯାଇଥିବା ଅଭିଯୋଗ ହେବା ପରେ ପୁଣି ରାସ୍ତାଟିକୁ ପୁନଃ ନିର୍ମାଣ କରିବାକୁ ଦାବି ହୋଇଥିଲା । ନିମ୍ନମାନର କାମ କରି ଅଧିକାରୀ ଓ ଠିକାଦାର ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହେଉଥିଲେ ବି କେହି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରେ ଥାଉ ଅଭିଯୋଗ ବି ଶୁଣି ନ ଥିଲେ।ତେବେ ରାସ୍ତା କାମ ନିର୍ମାଣ ସମୟରେ କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ସ୍ୱାଇଁ ଦାୟିତ୍ଵରେ ଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ହୋଇଥିଲା। ତଥାପି ରାସ୍ତା ନିର୍ମାଣର ଏକ ମାସ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ପରେ ଜନସାଧାରଣ ଆମ ଦୃଷ୍ଟି ଆକର୍ଷଣ କରିଥିଲେ।

ଆମେ ଏ ସମ୍ପର୍କରେ ଖବର ପରିବେଷଣ କରିବା ପରେ ପୁଣି ରାତାରାତି କାମ ଆରମ୍ଭ ହୋଇଛି। ଏନେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନସୁ ରୁଟଙ୍କୁ ପଚରାଯିବାରୁ ରାସ୍ତା ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ କରାଯାଇଥିବା କହିଥିଲେ । ତେବେ ଠିକାଦାର ଓ ବୈଷୟିକ ବିଭାଗ ରାତାରାତି ନିଷ୍ପତ୍ତି ନେଇ ପୁଣି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ସହରବାସୀ ମରାମତି ନ କରି ନୂତନ ଭାବେ ରାସ୍ତା ତିଆରି କରିବା ପାଇଁ ଦାବି ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details