ସୁବର୍ଣ୍ଣପୁର: ଜିଲ୍ଳା ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଛି । ବିଭାଗୀୟ ମନ୍ତ୍ରୀ ,ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।
ଦିନକୁ ଦିନ ଦୁର୍ଘଟଣା କମିବା ବଦଳରେ ବଢ଼ି ଚାଲିଛି । ନୂଆଁ ପରିବହନ ନିୟମ ଲାଗୁ ହୋଇଛି । ରାଜସ୍ବ ବି ବେଶ ଆଦାୟ ହେଉଛି । ପରିବହନ ନିୟମ ଉଲ୍ଲଘଂନ କଲେ ଚାଲାଣ ବି କଟୁଛି । ଏପରିକି ଲକ୍ଷାଧିକ ଚାଲାଣ କଟିବା ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ହେଉଛି । ତେବେ ପରିବହନ ବିଭାଗ ଏତେ ସଚେତନ ଥାଇ ଲୋକଙ୍କୁ ସଚେତନ କରିବା ପରେ କଠୋର ପରିବହନ ନିୟମ ଲାଗୁ କଲେ ବି ସଡକ ଦୁର୍ଘଟଣାରେ ମୃତ୍ୟୁ ବଢୁଛି କାହିଁକି । ତେବେ ଦୋଷୀ କିଏ? ଏଥର ସଡକ ସୁରକ୍ଷା ମାସ ପାଳନ ଅବସରରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଛନ୍ତି।ତେବେ ଗତ 10 ମାସ ଭିତରେ 92ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ 62 ଜଣଙ୍କ ମୃତ୍ୟୁ ହୋଇଛି।