ସୁବର୍ଣ୍ଣପୁର:ଶୋଚନୀୟ ହୋଇପଡିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମୁଖ ରାସ୍ତାର ଅବସ୍ଥା । ଦୈନିକ ହଜ଼ାର ହଜ଼ାର ଲୋକ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ବି ସଦର ପୌର ପରିଷଦ ପକ୍ଷରୁ ଏହି ରାସ୍ତାର ଉନ୍ନତି କରଣ କରାଯାଉନାହିଁ । ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ସହରର ବିଜୁ ପଟ୍ଟନାୟକ ଛକରୁ ଆମ୍ବେଦକର ଛକ ରାସ୍ତା ଯାଏଁ ପ୍ରାୟ ଏକ କିଲୋମିଟର ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।
ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା - ସୁବର୍ଣ୍ଣପୁର ଖବର
ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା । ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....
ଏହା ମୁଖ୍ୟ ଚିକିତ୍ସାଳୟ ଓ ସଦର ଅଗ୍ନିଶମ କାର୍ଯ୍ୟାଳୟକୁ ଯିବା ପାଇଁ ଏକମାତ୍ର ରାସ୍ତା ହୋଇ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି। ତେବେ ପ୍ରାୟ ଦୁଇ ବର୍ଷ ହେଲା ଏହି ରାସ୍ତାର ଉନ୍ନତି କରଣ କରାଯାଇ ନାହିଁ। ବାରମ୍ବାର ସଦର ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯାଉ ଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ସଦର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ୍ୟ ରାସ୍ତାଟି ତୁରନ୍ତ ଆବଶ୍ୟକ ମରାମତି କରିବା ସହିତ ଉନ୍ନତି କରଣ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ