ଓଡିଶା

odisha

By

Published : Nov 6, 2021, 3:11 PM IST

ETV Bharat / state

ବିତିଲାଣି ୨ ବର୍ଷ: ସରିପାରିଲା ନାହିଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ଦୁଇ ବର୍ଷ ହେଲାଣି ସରୁନାହିଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । 6 କୋଟି 69 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହେଉଥିବା ଏହି ରାସ୍ତା ଉପରେ ଦୃଷ୍ଟି ଦେଉନି ଗୃହ ଓ ପୂର୍ତ୍ତ ବିଭାଗ । ଅଧିକ ପଢନ୍ତୁ...

ଅଧାପନ୍ତରିଆ ଭାବେ ପଡିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ
ଅଧାପନ୍ତରିଆ ଭାବେ ପଡିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ

ସୁବର୍ଣ୍ଣପୁର: ସହରରେ ତେଲନଦୀରୁ ମହାନଦୀ ରାସ୍ତାର ସରୁନି ପ୍ରଶସ୍ତିକରଣ କାର୍ଯ୍ୟ । ଦୁଇ ଲେନ୍ ବିଶିଷ୍ଟ ରାସ୍ତାର ପ୍ରଶସ୍ତିକରଣ କରାଯାଇ ଫୋର ଲେନ ବିଶିଷ୍ଟ ରାସ୍ତା ତିଆରି ଚାଲିଛି । ଏଥିପାଇଁ ଛଅ ମାସ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଏବେ ଦୁଇ ବର୍ଷ ହେଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ସରକାରୀ ଜମି ଜବରଦଖଲ ପ୍ରକ୍ରିୟା ଓ ରୟତ କିସମ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ପାରିନାହିଁ । ଫଳରେ ମହାନଦୀ ପୋଲଠାରୁ ବ୍ଳକ ଛକ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟର କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବ୍ଳକ ଛକରୁ ତେଲନଦୀ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ରାସ୍ତା କାର୍ଯ୍ୟ ସେମିତି ପଡିରହିଛି ।

ଅଧାପନ୍ତରିଆ ଭାବେ ପଡିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ

ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ନ ହେଉଣୁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା 1,165 ଗୋଟି ଗଛ କାଟି ଦିଆଗଲା । ସେହିପରି ଏ ଯାଏଁ ରାସ୍ତାର ଅଧିକାଂଶ ବିଦ୍ୟୁତ ପୋଲ ସ୍ଥାନାନ୍ତର କରାଯାଇ ପାରିନାହିଁ । ପଟାଭାଡିରୁ ତେଲନଦୀ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ପାରିନଥିବାବେଳେ ବ୍ଳକ ଛକରୁ ପଟାଭାଡି ରାସ୍ତା ପର୍ଯ୍ୟନ୍ତ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ପ୍ରାୟ 6 କୋଟି 69 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହେଉଥିବା ଏହି ରାସ୍ତାକୁ ନେଇ ନୀରବଦ୍ରଷ୍ଟା ସାଜିଛି ଗୃହ ଓ ପୂର୍ତ୍ତ ବିଭାଗ ।

ସେହିପରି ରାଜସ୍ବ ବିଭାଗ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ପାରୁନଥିବାରୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ସଦୃଶ ହୋଇଛି ଏହି ବିକାଶ କାର୍ଯ୍ୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details