ଓଡିଶା

odisha

ETV Bharat / state

ଖୁବଶୀଘ୍ର ଆରମ୍ଭ ହେବ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ ! - ଶୀଘ୍ର ଆରମ୍ଭ ହେବ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ

ଖୁବଶୀଘ୍ର ଆରମ୍ଭ ହୋଇପାରେ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ । ଦୁଇ ବର୍ଷ ହେଲାଣି ଅଧାପନ୍ତରିଆ ଭାବେ ପଡି ରହିଥିଲା ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଖୁବଶୀଘ୍ର ଆରମ୍ଭ ହେବ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ
ଖୁବଶୀଘ୍ର ଆରମ୍ଭ ହେବ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ

By

Published : Dec 18, 2021, 3:00 PM IST

ସୁବର୍ଣ୍ଣପୁର:ଖୁବଶୀଘ୍ର ଆରମ୍ଭ ହୋଇପାରେ ସୁବର୍ଣ୍ଣପୁର ସହରର ତେଲନଦୀରୁ ମହାନଦୀ ପୋଲ ଯାଏଁ ରାସ୍ତା ନିର୍ମାଣ କାର୍ଯ୍ୟ । କ୍ଷତିଗ୍ରସ୍ତ ହେବାକୁ ଥିବା ରୟତ ପ୍ରଜା ଜମି ନ ଛାଡିବା ଯୋଗୁଁ ଦୁଇ ବର୍ଷ ହେଲଣି ଅଧାପନ୍ତରିଆ ଭାବେ ନିର୍ମାଣ କାର୍ଯ୍ୟ ପଡି ରହିଥିଲା । ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଜନ ଶୁଣାଣିରେ କ୍ଷତିଗ୍ରସ୍ତ ପ୍ରଜାମାନେ ନିଜ ଜମି ସରକାରଙ୍କୁ ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ହେଲେ ଏହା ବଦଳରେ ସେମାନେ ବଜାର ମୂଲ୍ୟର ଚାରିଗୁଣ କ୍ଷତିପୂରଣ ଦାବି କରିଛନ୍ତି ।

ଖୁବଶୀଘ୍ର ଆରମ୍ଭ ହେବ ମହାନଦୀରୁ ତେଲନଦୀ ରାସ୍ତା ନିର୍ମାଣ କାର୍ଯ୍ୟ

ପୂର୍ବରୁ ସରକାରୀ ଭାବେ ଜମିର ମୂଲ୍ୟ ଅତି କମ୍ ଥିବାରୁ କ୍ଷତିଗ୍ରସ୍ତ ରୟତ ପ୍ରଜା ରାସ୍ତା ପ୍ରଶସ୍ତିକରଣ ପାଇଁ ନିଜ ଜମି ଛାଡିବାକୁ ନାରାଜ ହୋଇଥିଲେ । ଯେଉଁ କାରଣରୁ ଏହି ସାଢେ ତିନି କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟକୁ ଇତିମଧ୍ୟରେ ଦୁଇ ବର୍ଷ ପୂରି ଯାଇଥିବାବେଳେ ମାତ୍ର 40 ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏବେସୁଦ୍ଧା ମହାନଦୀରୁ ଜିଲ୍ଲା ସାମ୍ବାଦିକ ସଂଘ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ବାକି 60 ପ୍ରତିଶତ କାର୍ଯ୍ୟ ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ କାମ ଅଧାରେ ପଡିରହିଛି । ତେବେ 6 କୋଟି 69 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ 20 ମିଟର ପ୍ରଶସ୍ତ ଚାରି ଥାକିଆ ରାସ୍ତା ନିର୍ମାଣ ପୁଣି ଶୀଘ୍ର ଆରମ୍ଭ ହେବ ବୋଲି ସହରବାସୀ ଆଶା କରୁଛନ୍ତି ।

ସେପଟେ ରାଜସ୍ବ ବିଭାଗ ଓ ଜମି ଅଧିଗ୍ରହଣ ବିଭାଗ ସହିତ ରୟତ ପ୍ରଜାଙ୍କ ଆଲୋଚନା ଓ ଜନଶୁଣାଣୀ ଶେଷ ହେବା ପରେ ଦୁଇ ବର୍ଷ ହେଲା ପଡି ରହିଥିବା ଅଧାପନ୍ତରିଆ ରାସ୍ତା ନିର୍ମାଣ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ବର୍ଷେ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାବେଳେ ପୁଣି ରାସ୍ତା କାର୍ଯ୍ୟ ଆରମ୍ଭ ହେଉଛି କି ନାହିଁ ତାହାକୁ ଅପେକ୍ଷା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details