ଓଡିଶା

odisha

ETV Bharat / state

ବଳିଯାତ୍ରାରେ ଭାଙ୍ଗିଲା ପରମ୍ପରା, ସମଲେଇ ମନ୍ଦିରରେ ବଳି ବନ୍ଦ - rituals breakdown in samalei mandir

ବଳିଯାତ୍ରାରେ ଏଥର ପରମ୍ପରା ଭାଙ୍ଗିଛି । ଦୀର୍ଘ 16 ଦିନ ଧରି ପାଳିତ ହେଉଥିବା ଏହି ବଳିଯାତ୍ରାର ଦଶହରା ବଳିପର୍ବ ଏଥର ବନ୍ଦ ହୋଇଯାଇଛି ।

ଡିଜାଇନ ଫଟୋ

By

Published : Oct 8, 2019, 2:40 PM IST

ସୁବର୍ଣ୍ଣପୁର: ବଳିଯାତ୍ରାରେ ଏଥର ପରମ୍ପରା ଭାଙ୍ଗିଛି । ଦୀର୍ଘ 16 ଦିନ ଧରି ପାଳିତ ହେଉଥିବା ଏହି ବଳିଯାତ୍ରାର ଦଶହରା ବଳିପର୍ବ ଏଥର ବନ୍ଦ ହୋଇଯାଇଛି । ସମଲେଇ ମନ୍ଦିରରେ ପାଳିତ ହେବାକୁ ଥିବା ଦଶହରା ବଳିପର୍ବ ବନ୍ଦ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପରମ୍ପରା କ୍ରମେ ଦଶହରା ରାତିରେ ବଳି କାର୍ଯ୍ୟ ହୋଇ ମହାବଳି ଧରୁଥିବା କଳା ଓ ଧଳା ଛତ୍ର ମନ୍ଦିର ଭିତରକୁ ଯାଇଥାଏ । ହେଲେ ଏହି ପରମ୍ପରାରେ ଏଥର ବ୍ୟତିକ୍ରମ ଦେଖାଦେଇଛି । ବରୁଆର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ଦଶହରା ତିଥିର ବଳିକାର୍ଯ୍ୟ ବନ୍ଦ ହୋଇଥିବା ଜଣାପଡିଛି ।

ସେପଟେ ବଳିଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ଖମ୍ବେଶ୍ବରୀ ମନ୍ଦିରରେ ମହାସମାରୋହରେ ନବମୀର ମହାବଳି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ଦେବିକୃପା ଲାଭ କରିବାର ସୌଭାଗ୍ୟ ପାଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details